ନ୍ୟୁଜ୍

ବିକ୍ରି ହୋଇପାରୁ ନାହିଁ ଧାନ, ଆନ୍ଦୋଳନକୁ ଓହ୍ଲାଇବ ଚାଷୀ

FARMER

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ । ହେଲେ ଆଜିକୁ 4ଦିନ ବିତିଯାଇଥିଲେ ମଧ୍ୟ ଧାନ ବିକ୍ରି ହୋଇପାରି ନାହି । ରାଜ୍ୟ ସରକାର ଧାନ ବିକ୍ରୟ ପାଇଁ ଚଳିତ ବର୍ଷ ଟୋକନ ବ୍ୟବସ୍ତା ପ୍ରଣୟନ କରିଛନ୍ତି । ହେଲେ ଶେଷ ସମୟ ସୁଦ୍ଧା ଟୋକନ ଅପଲୋଡ ନହେବାରୁ ଚାରି ଦିନ ପରେବି ଗୋଟିଏ ବି ବସ୍ତା ଧାନ ସଂଗ୍ରହ ହୋଇପାରିନାହିଁ । ଯାହାକୁ ନେଇ ଅଂଚଳର ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଟୋକନ ପାଇବାର 15 ଦିନ ମଧ୍ୟରେ ଚାଷୀ ଧାନ ବିକ୍ରୟ କରିପାରିବେ ବୋଲି ନିୟମ ଜାରି ହୋଇଥିବାବେଳେ ଏପର୍ଯ୍ୟନ୍ତ ଜଣେ ହେଲେ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇନାହିଁ । ଏପଟେ ପ୍ରଶାସନ ନିର୍ଦ୍ଦାରଣ କରିଥିବା ଧାନକ୍ରୟ କେନ୍ଦ୍ର ଗୁଡିକରେ ସଠିକ ବ୍ୟବସ୍ତା ଗ୍ରହଣ କରାଯାଇନଥିବା ଦେଖିବାକୁ ମିଳିଛି । ଏନେଇ ଆଜି ଆନ୍ଦୋନଳକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଚାଷୀମାନେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top