ଅପରାଧ

ପବିତ୍ର ସମ୍ପର୍କକୁ ଭୁଲି ନାବାଳିକା ଝିଅ ସହ ଦୁଷ୍କର୍ମ କଲା ବାପ !

ଯାଜପୁର:  ନିଜ କାମନାକୁ ଚରିତାର୍ଥ କରିବାକୁ ଯାଇ ରାକ୍ଷସ ପାଲଟିଲା ଜନ୍ମକଲା ବାପ । ନିଜର ନାବାଳିକା ଝିଅ ସହ କଲା ଦୁଷ୍କର୍ମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ସୁକିନ୍ଦା ଅଞ୍ଚଳରେ ।

ବାପା ଝିଅର ପବିତ୍ର ସମ୍ଫର୍କ କଣ ଭୁଲିଗଲା ବାପା ? ପୀଡ଼ିତାଙ୍କ  ବାପା ମଦ୍ୟ ପାନ କରି ଘରକୁ ଆସି ନିଜ ସ୍ତ୍ରୀକୁ ମାଡ ମାରି ଘରୁ ବାହାର କରି ଦେଇଥିଲା । ତାହା ପରେ ଘରେ ଥିବା ନାବାଳିକା ଝିଅକୁ ଜୋର ଜବରଦସ୍ତ ମାଡମାରି ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଫଳରେ ନାବାଳିକା ଝିଅ ଜୀବନ ବିକଳରେ ଘରୁ ପଳାଇ ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହା ପରେ ଗ୍ରାମବାସୀ ଏହି ବିଷୟରେ ଅଙ୍ଗନବାଡି ଦିଦିଙ୍କୁ ଜଣାଇବା ପରେ ସେ ସିଡିପିଓଙ୍କୁ ଫୋନ ଯୋଗେ କହିଥିଲେ ।

ସିଡିପିଓ ସୁକିନ୍ଦା ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚି ନାବାଳିକା ଝିଅକୁ ଉଦ୍ଧାର କରିଥିଲା । ଘଟଣାରେ ବାପାକୁ ଗିରଫ କରି ଡାକ୍ତରୀ ମାଇନା କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇଛି ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top