ନ୍ୟୁଜ୍

ନୃଶଂସ ବାପା, ମା’ କୋଳରୁ ଛଡାଇ ନେଇ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ

murder

ନବରଙ୍ଗପୁର:  ନବଜାତ ଶିଶୁପୁତ୍ରକୁ ମା’ କୋଳରୁ ଛଡାଇ ନେଇ ୩ ଦିନ ପୂର୍ବରୁ କୁଆଡେ଼ ଫେରାର ହୋଇଯାଇଥିଲେ ବାପା । ଶେଷରେ ତଣ୍ଟି ଚିପି ହତ୍ୟା କରି ପଥର ବାନ୍ଧି ଏକ ନାଳରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚକଲାପଦର ପଞ୍ଚାୟତର ଗାଇବନ୍ଧା ଗ୍ରାମରେ । ଗାଇବନ୍ଧା ଗ୍ରାମର ବାସୁଦେବ ଯାନି ସେହି ଗ୍ରାମର କମାଇ ପୂଜାରୀଙ୍କୁ ପ୍ରେମ ବିବାହ କରିଥିଲେ । ଜୁନ ମାସ ୧୦ ତାରିଖରେ କମାଇ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । କିନ୍ତୁ ତା ପରେ ବାସୁଦେବ ଓ କମାଇଙ୍କ ମଧ୍ୟରେ କ୍ରମାଗତ ଭାବର ଝଗଡ଼ା ଲାଗି ରହୁଥିଲା ।

ଶେଷରେ ଗତ ୨୯ ତାରିଖରେ ରାତି ପ୍ରାୟ ୭ ଟା ସମୟରେ ବାସୁଦେବ ପତ୍ନୀ କୋଳରୁ ୧୯ ଦିନର ଶିଶୁ ପୁତ୍ରକୁ ଛଡାଇ ନେଇ କୁଆଡେ଼ ଫେରାର ହୋଇଗଲା । ରାତି ତମାମ କମାଇ ସ୍ଵାମୀକୁ ଅପେକ୍ଷା କରିଥିଲେ ସୁଦ୍ଧା ସ୍ଵାମୀ ଆଉ ଘରକୁ ଫେରି ଆସିଲେ ନାହିଁ । ପରେ ନିରାଶ ହୋଇ ଜୁନ ୩୦ ତାରିଖରେ କମାଇ ଝରିଗାଁ ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଝରିଗାଁ ଥାନା ଅଧିକାରୀ ଉଭୟ ବାସୁଦେବ ଓ ଶିଶୁପୁତ୍ରକୁ ଖୋଜା ଖୋଜି କରିଥିଲେ । ବହୁ ଖୋଜିବା ପରେ ଆଜି ବାସୁଦେବଙ୍କୁ ପାଇବା ପରେ ତାକୁ ଶିଶୁପୁତ୍ର ବିଷୟରେ ପଚରା ଉଚରା କରିଥିଲା । ନିଜ ଶିଶୁପୁତ୍ରକୁ ବାସୁଦେବ ତଣ୍ଟି ଚିପି ମାରିଥିବା ପରେ ନିକଟସ୍ଥ ଏକ କେନାଲ ରେ ଫୋପାଡି ଦେଇଥିବା କହିଥିଲା । ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରର ଶବକୁ ଉଦ୍ଧାର କରିବା ସହ ପୁତ୍ରହନ୍ତା ବାପା ବାସୁଦେବଙ୍କୁ ଗିରଫ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top