ନ୍ୟୁଜ୍

ବିବାଦରେ ଦୁଇ ଓଡ଼ିଆ ନବାଗତଙ୍କ ଫିଲ୍ମ: ନିର୍ମାତାଙ୍କ ସହ ଅଭିନେତା, ଅଭିନେତ୍ରୀଙ୍କ ନାମରେ ନବରଙ୍ଗପୁର ଥାନାରେ ଏତଲା

film

ନବରଙ୍ଗପୁର:  ଦୁଇ ଓଡ଼ିଆ ନବାଗତଙ୍କ ଫିଲ୍ମକୁ ନେଇ ତେଜିଲା ବିବାଦ । ଥ୍ରୀଲର ସିନେମା ନିର୍ମାତା ରାମ ଗୋପାଳ ବର୍ମା , ଅଭିନେତା ରକ୍ କାଚି, ଅଭିନେତ୍ରୀ ଅପସରା ରାଣୀଙ୍କ ନାମରେ ଥାନାରେ ଏତଲା ଦେଲା ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ । ଫିଲ୍ମର ଟ୍ରେଲରରେ ଅଶ୍ଳୀଳ ଦୃଶ୍ୟରେ ହିନ୍ଦୁ ଦେବାଦେବୀଙ୍କ ନାଁ ବ୍ୟବହାର କରୁଥିବା ନେଇ ନବରଙ୍ଗପୁର ଟାଉନ ଥାନାରେ ଅଭିଯୋଗ ହୋଇଛି ।

film

ସୂଚନାନୁସାରେ, ଥ୍ରୀଲର ଚଳଚିତ୍ରରେ ଦୁଇ ଓଡ଼ିଆ ନବାଗତା ଅଭିନୟ କରୁଛନ୍ତି । ଅଭିନେତା ରକ୍ କାଚି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ହୋଇଥିବାରୁ ସମସ୍ତେ ବେଶ ଖୁସି ଅନୁଭବ କରୁଥିଲେ । ସିନେମାର ଏକ ଟ୍ରେଲର you tubeରେ upload କରାଯାଇଛି । ଯେଉଁଥିରେ ଉଭୟ ଓଡ଼ିଆ ଅଭିନେତା ଆଉ ଅଭିନେତ୍ରୀ ଏକ ଅଶ୍ଳୀଳ ଦୃଶ୍ୟରେ ଅଭିନୟ କଲା ବେଳେ ପ୍ରଚ୍ଛଦ ପଟରେ ହିନ୍ଦୁ ଦେବା ଦେବୀଙ୍କ ନାଁ ଉଚ୍ଚାରଣ ହେଉଛି । ଯାହାକୁ ନେଇ ଏବେ ଅସନ୍ତୋଷ ଦେଖାଦେଇଛି । ହିନ୍ଦୁ ସମାଜପ୍ରତି ଏହା ଏକ ଅପମାନ ତେଣୁ ଥ୍ରୀଲର ସିନେମା ସହ ଜଡିତ ଏଇ କଳାକାରମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ହିନ୍ଦୁ ଏକତା ବାହିନୀର କର୍ମକର୍ତ୍ତା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top