ଅପରାଧ

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାମରେ ମାମଲା

ଖୋର୍ଦ୍ଧା:  ଅଡୁଆରେ   ବିଧାୟକ ଅନନ୍ତ ନାରାୟଣ ଜେନା । ଅନନ୍ତଙ୍କ ନାମରେ ମହିଳା ଆଣିଲେ ଟଣାଓଟରା ଅଭିଯୋଗ । ଘରେ ମହିଳାଙ୍କ ସ୍ବାମୀ ନଥିବା ବେଳେ ଘରେ ବଳ ପୂର୍ବକ ପସିବା ସହ ମହିଳା ଜଣଙ୍କୁ ଗାଳିଗୁଲଜ କରି ବନ୍ଧୁକ ଲଗାଇ ମାରିଦେବାର  ଧମକ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି । ତେବେ ଏହାକୁ ନେଇ ବାଘମାରୀ ଥାନାରେ ଅଭିଯୋଗ ଆଣିଛନ୍ତି ମହିଳା । ଗତ ୧୯ ତାରିଖର ଏପରି ଘଟଣା ଘଟିବା ନେଇ ଅଭିଯୋଗ ପରେ ଏତଲାକୁ ଆଧାର କରି ବିଧାୟକଙ୍କ ନାରେ ମାମଲା ରୁଜୁ କରିଛି ବାଘମାରୀ ଥାନା ପୋଲିସ ।

 ତେବେ ମହିଳାଙ୍କ ଘରକୁ ଜବରଦସ୍ତି ଭାବେ ପଶିବା ନେଇ ଆଇପିସିର ଧାରା(୪୪୮), ମହିଳାଙ୍କ ଚୁଟି ଧରି ଟାଣିବା (୩୫୪-ବି), ଗାଳିଗୁଲଜ କରିବା (୨୯୪), ମାରିଦେବାର ଧମକ ଦେବା (୫୦୬) ଏବଂ ବନ୍ଧୁକ ଦେଖାଇବା ଆର୍ମସ ଆକ୍ଟ ସହ ସଙ୍ଘବଧ ନେଇ ୩୪ ଆପିସିରେ ମାମଲା ରୁଜୁ କରିଛି ପୋଲିସ । ସୂଚନା ଥାଉକି  ଅନନ୍ତ ଜେନାଙ୍କ ଜଣେ ସମ୍ପର୍କୀୟ ସାରୁଅ ଶିଳ୍ପାଞ୍ଚଳ ୧୦ ଏକର ଯାଗାରେ ଫାର୍ମ ହାଉସ ରେ ଏକ ପୋଖରୀ ଖୋଳାକୁ କେନ୍ଦ୍ର କରି ଏଭଳି ବିବାଦ ଉପୁଜିଛି । ଗତ ୧୯ ତାରିଖରେ ରାତିରେ ଅନନ୍ତ ଓ ତାଙ୍କର କିଛି ସହଯୋଗୀ କାର ଯୋଗେ  ସାରୁଅ ଅଞ୍ଚଳକୁ ଯାଇ ଏଭଳି କାରନାମା କରିଥିବା ମହିଳା ଜଣଙ୍କ ବାଘମାରୀ ଥାନାରେ କରିଥିବା  ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top