ଦେଶ

ଶ୍ରୀଲଙ୍କାରେ ତୈଳ ଜାହଜରେ ଅଗ୍ନିକାଣ୍ଡ ଘଟଣା; ଜଣେ ମୃତ, 22 ଉଦ୍ଧାର

ନୂଆଦିଲ୍ଲୀ : ଶ୍ରୀଲଙ୍କା ଉପକୂଳରେ ଭାରତ ଅଭିମୁଖେ ଆସୁଥିବା ଏକ ଜାହଜରେ ଅଗ୍ନିକାଣ୍ଡ ଘଟଣାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହାସହ ଜାହଜରେ ଫସିରହିଥିବା ୨୩ରୁ ୨୨ ଜଣ ଜାହାଜ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ମୃତ୍ୟୁ ଘଟିଥିବା ବ୍ୟକ୍ତି ଜଣକ ଫିଲିପାଇନ୍ସର ନାଗରିକ ବୋଲି ଜଣାପଡ଼ିଛି । ଏହି ନ୍ୟୁ ଡାଇମଣ୍ଡ ଜାହଜରେ ଲାଗିଥିବା ନିଆଁ ଲିଭାଇବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ଏହି ଜାହଜରେ ପ୍ରାୟ ୨ ଲକ୍ଷ ଟନ ତୈଳ ରହିଥିଲା । ଇଣ୍ଡିଆନ ଅଏଲ ପକ୍ଷରୁ ଏହି ତେଲ ମଗାଯାଇଥିଲା । ଏହି ଦୁର୍ଘଟଣା ଯୋଗୁଁ ସମୁଦ୍ରରେ ତୈଳ ନିର୍ଗତ ହେବା ବର୍ତ୍ତମାନ ପର୍ଯ୍ୟନ୍ତ ଦେଖାଯାଇ ନାହିଁ । କିନ୍ତୁ ଶ୍ରୀଲଙ୍କା ନୌସେନା ଓ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ସବୁପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି ଓ ଉକ୍ତ ଜାହାଜ ନିକଟରେ ଦୁଇଟି ଜାହାଜ ମୁତୟନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top