X
Breaking News
ରାଜ୍ୟ

ଭଦ୍ରକରେ ଅଗ୍ନିଶମ ବିଭାଗର ଯାଞ୍ଚ୍

ଭଦ୍ରକ: ସୁରଟ୍ କୋଚିଂ ସେଣ୍ଟରରେ ଭୟାବହ ଅଗ୍ମିକାଣ୍ଡ ଘଟିବା ପରେ ଓଡ଼ିଶା ଛାତିରେ ଏବେ ଛନକା ପଶିଛି । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି  ।  ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସହରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଆବାସିକ ପ୍ରତିଷ୍ଠାନ ଗୁଡିକରେ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି ।

Fire department

ଏନେଇ କେନ୍ଦ୍ରାଞ୍ଚଳ ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଭଦ୍ରକ ଅଗ୍ନିଶମ ବିଭାଗ ପକ୍ଷରୁ ସହରାଞ୍ଚଳରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପାଞ୍ଚଟି ସ୍ଵତନ୍ତ୍ର ଟିମ୍ ଏନେଇ ଗଠନ କରାଯାଇଛି । ଏଥିସହ ଭୟାବହ ଅଗ୍ନିକାଣ୍ଡ ସମୟରେ କିପରି ନିଜକୁ ସୁରକ୍ଷିତ ରଖିବା ସହ ବିପନ୍ନମାନଙ୍କୁ ଉଦ୍ଧାର କରାଯାଇପାରିବ, ସେ ନେଇ ଛାତ୍ର ଛାତ୍ରୀମାନଙ୍କୁ ସଚେତନ କରାଇବା ସହ ବିଭିନ୍ନ ପ୍ରକାର ବିଶେଷ କୌଶଳର ତାଲିମ୍ ମଧ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା । କୋଚିଂ ସେଣ୍ଟରରେ କୌଣସି ବଡ଼ ଅଘଟଣ ଘଟିଲେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିବାକୁ ବ୍ୟବସ୍ଥା ଅଛି କି ନାହିଁ ଏସବୁ ବିଷୟ ଯାଞ୍ଚ ହୋଇଛି । ଅଗ୍ନିଶମ ବିଭାଗର ଟିମ ସହରର ବିଭିନ୍ନ ସ୍ଥାନରେ ଏଭଳି ଯାଞ୍ଚ କରିଛି ।

Fire department

Click to comment

Leave a Reply

Your email address will not be published. Required fields are marked *

Most Popular

To Top