ନ୍ୟୁଜ୍

ଯାଜପୁର: ଜଳିଗଲା ‘ସୁଲୋଚନା’ ଓ ‘ନିରୂପମା’

Fire

ଯାଜପୁର: ଜଳିଗଲା ‘ସୁଲୋଚନା’ ଏବଂ ‘ନିରୂପମା’ । ଗତକାଲି ବିଳମ୍ୱିତ ରାତିରେ ଯାଜପୁର ଜିଲ୍ଲା ଯାଜପୁରରୋଡ ଥାନା ବ୍ୟାସନଗର ବସ୍‌ଷ୍ଟାଣ୍ଡରେ ଥିବା ୨ଟି ବସ୍‌ ଜଳିଯାଇଛି। ଏହି ବସ୍‌ଦ୍ୱୟ ହେଲେ ‘ସୁଲୋଚନା’ ଏବଂ ‘ନିରୂପମା’ । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଯାଜପୁରରୋଡ ପୁଲିସ୍‌ ଏନେଇ ତଦନ୍ତ ଜାରି ରଖିଛି। ଅଗ୍ନିକାଣ୍ଡ ସମୟରେ ବସ୍‌ରେ କେହି ଯାତ୍ରୀ କିମ୍ବା କର୍ମଚାରୀ ନ ଥିବା ଜଣାଯାଇଛି।

ସୂଚନାନୁସାରେ, ଗତକାଲି କଟକରୁ ଯାଜପୁରରୋଡ ଚାଲୁଥିବା ଏହି ଦୁଇଟି ବସ୍ ନିର୍ଦ୍ଧାରିତ ରାତିରେ ବ୍ୟାସନଗର ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଡ୍ରାଇଭର ଆଉ ହେଲପର୍ ଖାଇବାକୁ ଯାଇଥିଲେ । ହେଲେ ଉକ୍ତ ସମୟରେ କୌଣସି କାରଣରୁ ପାଖାପାଖି ଥିବା ଏହି ଦୁଇଟି ବସ୍‌ରେ ନିଆଁ ଲାଗିଯାଇଥିଲା। ଖବରପାଇ ଦମକଳବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top