ନ୍ୟୁଜ୍

ଆଜମେର-ପୁରୀ ଏକ୍ସପ୍ରେସ୍‌ ଇଞ୍ଜିନ୍‌ରେ ନିଆଁ, ଯାତ୍ରୀ ସୁରକ୍ଷିତ

express

ଅନୁଗୁଳ: ଆଜମେର-ପୁରୀ ଏକ୍ସପ୍ରେସ୍‌ ଇଞ୍ଜିନ୍‌ରେ ନିଆଁ । ଏଥିରେ କାହାର କିଛି କ୍ଷତି ହୋଇନଥିବାବେଳେ, ହଠାତ ନିଆଁ ଲାଗିଯାଇଥିବାରୁ ଯାତ୍ରୀମାନେ ଭୟଭୀତ ଥିବା ଜଣାପଡ଼ିଛି । ତେବେ ଗୁରୁବାର ଅପରାହ୍ନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବିହାନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନେଇଥିଲେ।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ହଣ୍ଡପା ଷ୍ଟେସନ୍‌ ନିକଟରେ ଛିଡା ହୋଇଥିବା ଆଜମେର-ପୁରୀ ଏକ୍ସପ୍ରେସ୍‌ରେ ଧୁଆଁ ବାହାରିବା ପରେ ହଠାତ ନିଆଁ ଲାଗି ଯାଇଥିଲା। ଟ୍ରେନ୍‌ ଇଞ୍ଜିନ୍‌ରେ ନିଆଁ ଲାଗିବା ଖବର ପାଇବା ପରେ ଏହି ଟ୍ରେନ୍‌ରେ ବସିଥିବା ଯାତ୍ରୀଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଟ୍ରେନ୍ ଇଞ୍ଜିନ୍‌ରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ପାରି ନଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top