ରାଜ୍ୟ

ସ୍କୁଲ୍‌ ଭ୍ୟାନ୍‌ରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ୪ ପିଲା

ପଞ୍ଜାବ: ସ୍କୁଲ୍‌ ଭ୍ୟାନ୍‌ରେ ଲାଗିଲା ନିଆଁ  । ଜୀଅନ୍ତା ଜଳିଗଲେ ସ୍କୁଲ 4 ପିଲା । ଏହି ପରି ଲୋମଟାଙ୍କୁରା ଘଟଣା ଘଟିଛି  ପଞ୍ଜାବର ସଙ୍ଗ୍ରୁର ଜିଲ୍ଲାର କସ୍ୱାରେ । ସୁଚନାମୁତାବକ ସ୍କୁଲ୍‌ ଛୁଟି ସମୟରେ ବିଦ୍ୟାର୍ଥୀମାନଙ୍କୁ ନେଇ ଘରକୁ ଛାଡିବାକୁ ଯାଉଥିବା ଭ୍ୟାନ୍‌ରେ ନିଆଁ ଲାଗିଥିଲା । ଏହି ନିଆଁ ଲାଗିବା ଫଳରେ ଭ୍ୟାନ୍‌ରେ ଥିବା  4 ପିଲା ଜୀଅନ୍ତା ଜଳିଯାଇଥିଲେ । ମୃତ ପିଲାମାନଙ୍କ ପରିବାର ଲୋକେ କୋହ ସମ୍ଭାଳି ପାରୁନଥିବେଳେ  ଉକ୍ତ ଅଞ୍ଚଳରେ କୋଳାହଳ ପଡିଯାଇଛି ।

ମିଳିଥିବା ସୁତ୍ର ଅନୁସାରେ ଶନିବାର ଅପରାହ୍ନରେ ସ୍କୁଲ୍‌ ଛୁଟି ହେବା ପରେ ପିଲାଙ୍କୁ ଘରକୁ ଛାଡିବାକୁ ନେଉଥିବା  ଏକ ଭ୍ୟାନ୍‌ରେ ହଠାତ୍‌ ନିଆଁ ଲାଗିଥିଲା ।  ପିଲାମାନଙ୍କ ଚିତ୍କାର ଶୁଣି  ଲୋକମାନେ ଦୌଡାଦୌଡି ହୋଇ ଆସି ପିଲାମାନଙ୍କୁ ଭ୍ୟାନ୍‌ରୁ ବାହାର କରିବା ଆରମ୍ଭ କରିଥିଲେ ।

ଦେଖୁ ଦେଖୁ  ନଆଁ  ପୁରା ଭ୍ୟାନ୍‌କୁ କବଳିକ କରି ଦେଇଥିଲା ।  ଗୁରୁତର ହୋଇଥିବା  ପିଲାଙ୍କୁ  ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ତେବେ ନିଆଁରେ ମୃତ୍ୟୁ ହୋଇଥିବା ପିଲାଙ୍କ ବୟସ 4 ରୁ 5 ବର୍ଷ ମଧ୍ୟରେ ହେବ ।  ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଶୋକ ବ୍ୟକ୍ତ କରିବା ସହ ଘଟଣାର ତଦନ୍ତ ପାଇଁ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top