ନ୍ୟୁଜ୍

ଆମେରିକାର ଏକ ଦୋକାନ ବାହାରେ ଗୁଳିକାଣ୍ଡ, ଜଣେ ପୋଲିସ କର୍ମଚାରୀଙ୍କ ସହ ୬ ମୃତ

Firing

ଆମେରିକା:  ଆମେରିକା ନ୍ୟୁଜର୍ସିର ଠାରେ ଥିବା ଏକ ଷ୍ଟୋର ବାହାରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ଥିବା ଜଣାପଡ଼ିଛି । ଏହି ଗୁଳିକାଣ୍ଡ ଘଟଣା ସହିତ କୌଣସି ଆତଙ୍କୀ ଗୋଷ୍ଠୀର ସଂପର୍କ ରହିଛି କି ନାହିଁ କିଛି ସ୍ପଷ୍ଟ ହୋଇନାହିଁ ।

ସୂଚନାନୁସାରେ, ଆମେରିକା ନ୍ୟୁଜର୍ସିର ଠାରେ ଥିବା ଏକ ଦୋକାନ ଉପରକୁ ଦୁଇ ଜଣ ଦୁବୃର୍ତ ଆସି ଆଖିବୁଜା ଗୁଳିମାଡ କରିଥିଲେ । ବେୟୁ ଓ ମାର୍ଟନ ଲୁଥର କିଙ୍ଗ ରୋଡ ନିକଟରେ ଅପରାହ୍ନ ସମୟରେ ଏହି ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ୍ ୬ ଜଣଙ୍କ ମୃତ୍ୟୁହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ସନ୍ଦୀଗ୍ଧ ସାମିଲ ଥିବା ଜଣାପଡିଛି । ପାଖରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ କର୍ମୀ ମଧ୍ୟ ଗୁଳିର ଶିକାର ହୋଇ ଜୀବନ ହରାଇଥିବା ଜଣାପଡିଛି ।  ଉକ୍ତ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । ଘଟଣାର ତଦନ୍ତ କରୁଛି ନ୍ୟୁଜର୍ସି ପୋଲିସ । ଘଟଣା ପରେ ପୁରା ସହରକୁ ସିଲ୍ କରି ପୋଲିସ ତଲାସୀ ଅଭିଜାନ ଆରମ୍ଭ କରିଛି । ସହର ଭିତରେ ଥିବା ସମସ୍ତ ଗାଡି ମୋଟରକୁ କଡାକଡି ଯାଂଚ କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top