ଦେଶ

ଚୀନକୁ ମାତ ଦେବ ଭାରତ ! ଖୁବଶୀଘ୍ର ବାୟୁସେନାରେ ସାମିଲ ହେବାକୁ ଯାଉଛି ରାଫେଲ ଜେଟ୍‌

rafale

ନୂଆଦିଲ୍ଲୀ: ଆଉ ଚାଲିବନି ଚୀନର ଚାଲବାଜି । ଏହା 1962ର ଭାରତ ନୁହେଁ, 2020ର ଭାରତ । ଚୀନର ମନମାନୀକୁ ମାତ ଦେବା ପାଇଁ ଭାରତ ଫୁଲ ପ୍ରସ୍ତୁତ । ନିକଟରେ ପୂର୍ବ ଲଦାଖରେ ଅବସ୍ଥିତ ଗଲୱାନ ଘାଟିରେ ଚୀନ ସେନାର ବର୍ବରତା ସାରା ବିଶ୍ୱ ଦେଖିଲା । ଭାରତର କୁଟନୈତିକ ଚାପରେ ସାମାନ୍ୟ ପଛକୁ ହଟିଲା ଚୀନ ସେନା ।

କିନ୍ତୁ ନିଜର ସେନା ଶକ୍ତିକୁ ନେଇ ବଡ଼ ପଣିଆ ଦେଖାଉଥିବା ଚୀନ ଏବେ ବୁଝିସାରିଛି ଭାରତ ସହ ବିବାଦର ଫଳ କଣ ହୋଇପାରେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚୀନକୁ ତାଗିଦ କରିସାରିଛନ୍ତି । ପ୍ରାୟ 130 କୋଟି ଲୋକ ସଂଖ୍ୟା ବିଶିଷ୍ଟ ଭାରତ ଚୀନ ବିରୁଦ୍ଧରେ ସ୍ୱର ଉଠାଇବା ଆରମ୍ଭ କରିଛନ୍ତି  । ଅନ୍ୟପଟେ ଭାରତର 3 ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡ଼ିଛି । ଏହାରି ଭିତରେ ଭାରତୀୟ ବାୟୁସେନାକୁ ବଳ ଦେବାକୁ ଆସିବାକୁ ଯାଉଛି ରାଫେଲ ଫାଇଟର୍‌ ଜେଟ୍‌ । ଫ୍ରାନ୍ସ ଓ ଭାରତ ଭିତରେ ହୋଇଥିବା ରାଫେଲ ବିମାନ ଚୁକ୍ତି ପରେ ଜୁଲାଇ 27 ସୁଦ୍ଧା ପ୍ରଥମ 6ଟି ରାଫେଲ ଜେଟ୍‌ ଭାରତ ପହଞ୍ଚିସାରିଥିବ ।

ଫ୍ରାନ୍ସ ସହ ହୋଇଥିବା ଚୁକ୍ତି ଅନୁସାରେ ଭାରତକୁ 36ଟି ରାଫେଲ ଜେଟ୍‌ ମିଳିବାର ଅଛି । 27 ଜୁଲାଇ ସୁଦ୍ଧା ପ୍ରଥମ 6 ରାଫେଲ ଭାରତକୁ ମିଳିସାରିଥିବ । ପ୍ରଥମେ 4 ଜେଟ୍‌ ଭାରତ ଆସିବାର ଥିଲା କିନ୍ତୁ ଏବେ ଫ୍ରାନ୍ସ ଅଧିକ ବିମାନ ପଠାଇବା ପାଇଁ ଯୋଜନା କରୁଛି । 8ଟି ବିମାନକୁ ସାର୍ଟିଫିକେସନ ମିଳିବ ବୋଲି ସୂଚନା ମିଳିଛି ।

ଗଲୱାନ ଘାଟିରେ ତିକ୍ତତା ବୃଦ୍ଧି ପାଇବା ପରେ ଦୁଇ ସପ୍ତାହ ହେଲା ହାଇ ଆଲର୍ଟରେ ଅଛି ବାୟୁସେନା । ଗତ ଜୁନ 2ରେ ପ୍ରତିରକ୍ଷା ମନ୍ତ୍ରୀ ଫ୍ରାନ୍ସ ମନ୍ତ୍ରୀ ଫ୍ଳୋରେନ୍ସ ପାର୍ଲିଙ୍କ ସହ ଆଲୋଚନା କରିଛନ୍ତି । କରୋନା ଭାଇରସ୍‌ର ପ୍ରଭାବ ଥିବା ସତ୍ତ୍ୱେ ଭାରତକୁ ଠିକ୍‌ ସମୟରେ ରାଫେଲ ମିଳିବ ବୋଲି କହିଛନ୍ତି ଫ୍ଲୋରେନ୍ସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top