ନ୍ୟୁଜ୍

ପ୍ରଥମ ଥର ରାତିରେ ହେଲା ଅଗ୍ନି-୩ ପରୀକ୍ଷଣ

ଭୁବନେଶ୍ୱର: ପ୍ରଥମ ଥର ପାଇଁ  ଅଗ୍ନି-୩ର ରାତ୍ରିକାଳୀନ ପରୀକ୍ଷଣ ହୋଇଛି । ଆଜି ସଂଧ୍ୟା ୭ଟା ୧୮ରେ ଚାନ୍ଦବାଲି ନିକଟ ଅବଦୁଲ କଲାମ ଦ୍ୱୀପରୁ ଏହାର ପରୀକ୍ଷଣ କରାଯାଇଥିଲା । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ(ଡିଆରଡିଓ) ଦ୍ୱାରା ଅଗ୍ନି-୩ର ସଫଳ ଉତ୍‌କ୍ଷେପଣ ହୋଇଛି ।

୩ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦର କ୍ଷମତା ରଖିଛି ଅଗ୍ନି-୩ । ଲକ୍ଷ୍ୟଭେଦ ପରିଧି ଭିତରେ ପାକିସ୍ତାନର ସବୁ ଅଞ୍ଚଳ ଓ ଚୀନର ଅଧିକାଂଶ ଅଂଚଳ ଆସୁଛି । ପୂର୍ବରୁ ଅଗ୍ନି-୩ର ଅନେକ ଥର ପରୀକ୍ଷା କରାଯାଇଛି । ଏଥର ଉତ୍‌କ୍ଷେପଣ ହୋଇଥିବା ଅଗ୍ନି-୩  କ୍ଷେପଣାସ୍ତ୍ରରେ ହାଇ ଏନର୍ଜି ସଲିଡ ପ୍ରୋପେଲାଣ୍ଟ କମ୍ପୋଜାଇଟ ରକେଟ ମୋଟର ଇଂଜିନ ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top