ଦେଶ

କୋଝିକୋଡ ବିମାନ ଦୁର୍ଘଟଣା ଯାଂଚ୍ ପାଇଁ ପ୍ୟାନେଲ ଗଠନ, 5 ମାସ ମଧ୍ୟରେ ଆସିବ ରିପୋର୍ଟ

ଅର୍ଗସ ବ୍ୟୁରୋ : ବିମାନ ଦୁର୍ଘଟଣା ଯାଂଚ୍ ବୋର୍ଡ (ଏଏଆଇବି) କେରଳର କୋଝିକୋଡରେ ହୋଇଥିବା ବିମାନ ଦୁର୍ଘଟଣା ଯାଂଚ୍ କରିବା ପାଇଁ 5 ଜଣିଆ ସଦସ୍ୟ ବିଶିଷ୍ଟ ଏକ ପ୍ୟାନେଲ ଗଠନ କରିଛି। ଏହି ପ୍ୟାନେଲ 5 ମାସ ମଧ୍ୟରେ ରିପୋର୍ଟ ଦେବ। ଗତ ସପ୍ତାହରେ ହୋଇଥିବା ଏହି ଦୁର୍ଘଟଣାରେ 2 ପାଇଲଟଙ୍କ ସମେତ 18 ଜଣଙ୍କର ମୃତ୍ୟୁ ହୋଇଥିଲା।

ଏଏଆଇବି ପକ୍ଷରୁ କୁହାଯାଇଛି ଯେ, ଯାଂଚ୍ ପ୍ରମୁଖ ଯାଂଚ୍ କରି ଏଏଆଇବି ନିକଟରେ ରିପୋର୍ଟ ଜମା କରିବେ। 5 ମାସ ମଧ୍ୟରେ ଯାଂଚ୍ ପୂରଣ ହେବ। ପୂର୍ବ ନାମିତ ପରୀକ୍ଷକ ଏସଏସ ଚହରଙ୍କୁ ଯାଂଚ୍ ପାଇଁ ଗଠିତ ଏହି ପ୍ୟାନେଲର ପ୍ରମୁଖ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ 7 ତାରିଖରେ ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଯୋଗେ ପ୍ରବାସୀମାନେ ଦୁବାଇରୁ ଫେରୁଥିଲେ। ଏଥିରେ 190 ଜଣ ଯାତ୍ରୀ ସବାର ଥିଲେ। ବିମାନଟି କେରଳର କୋଝିକୋଡ ବିମାନ ବନ୍ଦରରେ ପ୍ରବଳ ବର୍ଷାରେ ଅବତରଣ କରିବା ବେଳେ ସ୍ଲିପ କରି ଏକ ଖାଇରେ ପଡିଥିଲା। ଫଳରେ ବିମାନଟି ଦୁଇଖଣ୍ଡ ହୋଇଯାଇଥିଲା। ଦୁର୍ଘଟଣାରେ 2 ପାଇଲଟଙ୍କ ସମେତ 18 ଜଣଙ୍କର ମୃତ୍ୟୁ ହୋଇଥିଲା। ବହୁ ଲୋକ ଆହତ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top