ଦେଶ

ଅରୁଣାଚଳ ପ୍ରଦେଶର ଅପହରଣ ହୋଇଥିବା 5 ଯୁବକଙ୍କୁ ଆଜି ମୁକ୍ତ କରିପାରେ ଚୀନ ସେନା !

ଅର୍ଗସ ବ୍ୟୁରୋ : ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଥିବା 5 ଜଣ ଯୁବକଙ୍କୁ ଚୀନର ପିପୁଲ୍ସ ଲିବରେସନ ଆର୍ମି ଆଜି ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିବ ବୋଲି କେନ୍ଦ୍ରମନ୍ତ୍ରୀ କିରେନ ରିଜୁଜୀ କହିଛନ୍ତି। ପିଏଲଏ ମଙ୍ଗଳବାର କହିଥିଲା ଯେ, ସେପ୍ଟେମ୍ଵର 4ରେ ଅପର ସୁବନସିରୀ ଜିଲ୍ଲାରେ ଭାରତ-ଚୀନ ସୀମାରୁ ନିଖୋଜ ହୋଇଥିବା 5 ଜଣ ଯୁବକ ତାଙ୍କୁ ସୀମାରେ ମିଳିଥିଲେ।

ରିଜିଜୁ ଶୁକ୍ରବାର ଟ୍ଵିଟ୍ କରି କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶର ଯୁବକଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ଚୀନର ପିଏଲଏ ସହ ଭାରତୀୟ ସେନା ଏହି ସମ୍ବନ୍ଧରେ ବାର୍ତ୍ତାଳାପ କରିଥିଲା। ସେମାନେ 12 ତାରିଖ ଅର୍ଥାତ୍ ଆଜି କୌଣସି ବି ସମୟରେ କୌଣସି ବି ସ୍ଥାନରେ ନିଖୋଜ ଯୁବକଙ୍କୁ ହସ୍ତାନ୍ତର କରିପାରନ୍ତି।

ଏହି ଘଟଣା ସେହି ସମୟରେ ସାମ୍ନାକୁ ଆସିଥିଲା, ଯେତେବେଳେ ଦୁଇଟି ସମୂହର ଦୁଇ ଜଣ ସଦସ୍ୟ ଶୀକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ସେମାନେ ଆସି ସୂଚନା ଦେଇଥିଲେ ଯେ, ଉକ୍ତ ନିଖୋଜ 5 ଜଣ ଯୁବକଙ୍କୁ ଚୀନ ସେନା ଗସ୍ତି ଅଞ୍ଚଳ ସେରା-7ରୁ ଉଠାଇ ନେଇଛନ୍ତି। ଏହି ସ୍ଥାନ ନାଚୋରୁ 12 କିମି ଦୂରରେ ରହିଛି।

ନାଚୋ ହେଉଛି ମ୍ୟାକମାହନ୍ ଲାଇନରେ ଅବସ୍ଥିତ ଶେଷ ପ୍ରଶାସନିକ ଅଞ୍ଚଳ ଏବଂ ଏହା ଦାପୋରିଜୋ ଜିଲ୍ଲା ମୁଖ୍ୟାଳୟଠାରୁ 120 କିଲୋମିଟର ଦୂରରେ ଅବସ୍ଥିତ। ଚୀନ୍ ସୈନ୍ୟବାହିନୀ ଦ୍ୱାରା ଅପହରଣ ହୋଇଥିବା ଯୁବକମାନେ ତୋଚ୍ ସିଙ୍ଗକମ୍, ପ୍ରସାତ ରିଙ୍ଗଲିଙ୍ଗ, ଡୋଙ୍ଗତୁ ଆବିୟା, ତନୁ ବାକର ଏବଂ ନାଗରୁ ଦିରି ବୋଲି ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top