X
Breaking News
ନ୍ୟୁଜ୍

ନିଆଳିରେ ନିର୍ବାଚନ ପରବର୍ତ୍ତୀ ହିଂସା, ଗୋଟିଏ ପରିବାରର ୫ ଆହତ

niali

କଟକ: ଲୋକସଭା ନିର୍ବାଚନ ସରିବା ପରେ ଏବେ ଦେଖାଦେଇଛି ବାଦବିବାଦ ଏବଂ ହିଂସା । କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ପୋଖରୀ ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ଏହି ଗାଁର ଜଣଙ୍କ ଘରେ ଜବରଦସ୍ତ ପଶି କିଛି ଲୋକ ମାଡ଼ପିଟ କରିଥିଲେ । ଆକ୍ରମଣରେ ଜଣେ ମହିଳାଙ୍କ ସହ ୫ ଜଣ ଆହତ ହୋଇଛନ୍ତି । ତେବେ  ଆକ୍ରୋଶ ରଖି ଏକ ନିର୍ଦ୍ଧିଷ୍ଟ ଦଳର କିଛି ବ୍ୟକ୍ତି ଅନ୍ୟ ଏକ ଦଳର ଜଣେ ବ୍ୟକ୍ତିଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ, ଆଜି ସକାଳେ ଗାଁର କିଛି ବ୍ୟକ୍ତି ଜଣଙ୍କ ଘରେ ଜୋର ଜବରଦସ୍ତ ପଶିଥିଲେ। ଏହାପରେ ରାଜନୈତିକ ଆକ୍ରୋଶ ରଖି ଠେଙ୍ଗାରେ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ମହିଳାଙ୍କ ସହ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗାଁରେ ଉତ୍ତେଜନା ଲାଗି ରହିଛି । ତେବେ ଖବର ପାଇ ଘଟଣା ସ୍ଥଳରେ ନିଆଳୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top