X
Breaking News
ନ୍ୟୁଜ୍

ଅନୁୁଗୁଳ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି

anugul

ଅନୁଗୁଳ: ଗତକାଲିଠାରୁ ପର୍ଯାୟ କ୍ରମେ ହୀରାକୁଦ ଜଳଭଣ୍ଡାରର ବିଭିନ୍ନ ଗେଟ୍ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ଯାହାର ପ୍ରଭାବ ଅନୁଗୁଳ ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଛି । ଵିଶେଷଭାବେ ଅନୁଗୁଳ ବ୍ଲକର ତିକରପଡା ଅଞ୍ଚଳରେ ଥିବା 4ରୁ 5ଟି ଗ୍ରାମ ବନ୍ୟା ଜଳ ଦ୍ୱାରା ଲୋକମାନେ ପ୍ରଭାବିତ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

flood

ଏହା ସହ ଆଠମଲ୍ଲିକ ବ୍ଲକ୍ ମହାନଦୀ ଅବବାହିକାରେ ରହିଥିବା କେତେକ ଗ୍ରାମ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଯଦିଓ ବର୍ଷା ଛାଡିଯିବା ସହ ଆକସ ସଫା ରହିଥିବାରୁ ମାତ୍ରାଦ୍ଗିକ କ୍ଷୟକ୍ଷତି ହେବାର ସମ୍ଭାବନା କମ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଓଡ୍ରାଫର ଦୁଇଟି ଦଳ ସମୃକ୍ତ ଅଞ୍ଚଳକୁ ଗସ୍ତ କରିଛି । ଟିମର ସଦସ୍ୟ ମାନେ ସାତକୋଶିଆ ଗଣ୍ଡ ତଥା ମହାନଦୀ ଅବବାହିକାରେ ବୋଟ୍ ସାହାଯ୍ୟରେ ପରିସ୍ଥିତିର ସମୀକ୍ଷା କରିଛନ୍ତି । ବନ୍ୟାଜନିତ କୌଣସି ଅସୁବିଧା ଉପୁଜିଲେ ଲୋକମାନଙ୍କୁ କିପରି ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ ସେ ନେଇ ସ୍ଥିତି ନିରୀକ୍ଷଣ କରିଛନ୍ତି ଉଭୟ ପ୍ରଶାସନ ଓ ଓଡ୍ରାଫ୍ ଟିମ୍ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top