X
Breaking News
ନ୍ୟୁଜ୍

ଦୟାନଦୀରେ ବନ୍ୟା, ଲୋକେ ଆତଙ୍କିତ

Daya River

ପୁରୀ: କଣାସ ସ୍ଥିତି ବେହାଲ ।  ଦୟାଦନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଫଳରେ ବାଲିପଟଣା, ଦୋକନ୍ଦା, ବଡାସ,ତଳପଡା,ବୈଦନାଥପାଟଣା, କଖାରୁବସ୍ତା ଏବେ ବନ୍ୟା ଜଳରେ ଉବୁଟୁବୁ ।

ଏହାକୁ ନେଇ  ଲୋକଙ୍କ ମନରେ ଭୟର ବାତାବରଣ  ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଓ ଡେଲଟା ପକ୍ଷରୁ ବାଲିବସ୍ତା ଦ୍ବାରା ବାଲିବନ୍ଧ କରିବାପାଇଁ ଚେଷ୍ଟା ଚାଲିଛି । ଆଖପାଖ ଗ୍ରାମର ଲୋକମାନେ ବିଭିନ୍ନ ସ୍ଥାନରେ ରାତିରେ ବନ୍ଧକୁ ଜଗୁଛନ୍ତି ।

ବନ୍ୟା ଜଳ ମାଡ଼ି ଆସିବାରୁ ଲୋକମାନଙ୍କ ଘରେ ମଧ୍ୟ ପାଣି ପଶିଥିବା ସୂଚନା ମିଳିଛି ।  ତେଣୁ ଲୋକମାନେ ଭୟରେ ଘରଛାଡି ସ୍କୁଲ ଘରକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top