ନ୍ୟୁଜ୍

ଘନ କୁହୁଡ଼ି ଚାଦରରେ ଛେଣ୍ଡିପଦା ଓ କଣିହାଁ, ଯାତାୟତ ଠପ୍

foggy

ଅନୁଗୁଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଓ କଣିହାଁ ତଥା ଆଖପାଖ ଅଞ୍ଚଳରେ ଗତ ତିନିଦିନ ଘନ କୁହୁଡି ଜାରି ରହିଛି। ଫଳରେ ରାସ୍ତାରେ ୧୦ରୁ ୨୦ ଫୁଟ୍ ଦୂରରେ ଦେଖାଯାଉନଥିବା ରୁ ଗାଡିଚଳାଳ ସହ ସାଧାରଣ ଜୀବନ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ପାରଦ ୧୯ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ କୁହୁଡି ଆସର ଯୋଗୁଁ ଅନେକ ସମସ୍ୟା ଦେଖାଦେଇଛି ।

ଦିନ ୧୧ଟା ପର୍ଯ୍ୟନ୍ତ ଅଞ୍ଚଳରେ ବଜାର ଗୁଡ଼ିକ ଖାଲି ଖାଲି ଲାଗୁଛି। ଘନ କୁହୁଡ଼ି ଯୋଗୁ ରାଜପଥରେ ଯାନବାହାନ ଚଳାଚଳରେ ଅସୁବିଧା ହେଉଥିବା ବେଳେ ଯାତାୟତ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଛି । ଏପଟେ କୁଡୁଡ଼ି ଯୋଗୁ ମଧ୍ୟ ଶୀତ ଅଧିକ ହେବାରେ ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top