ଦେଶ

କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି: ଏଣିକି ଉଠା ଦୋକାନୀଙ୍କୁ ମିଳିବ ୧୦ ହଜାର ଟଙ୍କା ଋଣ

press meet

ନୂଆଦିଲ୍ଲୀ:  ଆଜି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ମୋଦି ସରକାର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ପରେ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ବସିଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କୃଷକଙ୍କୁ ଅଧିକ ପ୍ରଧାନ୍ୟ ଦିଆଯାଇଛି । । ସେହିପରି ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପ ସହ ରାସ୍ତାକଡ଼ରେ ବିକ୍ରି କରୁଥିବା ଦୋକାନୀ ଓ ଚାଷ ଉପରେ ନିଷ୍ପତ୍ତି ନିଆଯାଇଛି । ଏନେଇ ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ଉଠାଦୋକାନୀଙ୍କ ପାଇଁ ସୂକ୍ଷ୍ମ ଋଣ । ରାସ୍ତା କଡ଼ରେ ଠେଲାରେ ଜିନିଷ ବିକ୍ରି କରୁଥିବା ଲୋକଙ୍କ ପାଇଁ ଋଣ ବ୍ୟବସ୍ଥା କରାଯାଇଛି । ଫୁଟପାଥରେ ଦୋକାନ ଦେଇଥିବା ଲୋକ ୧୦ ହଜାର ଟଙ୍କା ଋଣ ନେବେ । ବର୍ଷକ ଭିତରେ ମାସିକ କିସ୍ତିରେ ଋଣ ପରିଶୋଧ କରିବେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ରାସ୍ତା କଡ଼ରେ ଠେଲାରେ ଜିନିଷ ବିକ୍ରି କରୁଥିବା ଲୋକଙ୍କ ପାଇଁ ଋଣ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସୂକ୍ଷ୍ମ ଋଣ ଯୋଜନା ଆରମ୍ଭ କରାଯାଇଛି । ୫୦ ଲକ୍ଷରୁ ଅଧିକ ଉଠାଦୋକାନୀ ଲାଭ ପାଇବେ । ରାସ୍ତାକଡ଼ରେ ପରିବା, ଫଳ, ଖାଦ୍ୟ, କପଡ଼ା, ଚପଲ, ଚା ବିକୁଥିବା ଲୋକ ଉପକୃତ ହେବେ । ଲଣ୍ଡ୍ରି, ମୋଚି ଓ ପାନ ଦୋକାନ ମଧ୍ୟ ସହାୟତା ପାଇବେ । ଏମାନଙ୍କ ପାଇଁ ସୂକ୍ଷ୍ମ ଋଣ ଯୋଜନା ଆରମ୍ଭ କରାଯାଇଛି । ବର୍ଷକ ଭିତରେ ସମୟରେ ଋଣ ପରିଶୋଧ କଲେ ୭ ପ୍ରତିଶତ ସୁଧ ଛାଡ଼ କରାଯିବ । ଋଣ ପରିଶୋଧ ପରେ ହିତାଧାକାରୀଙ୍କ ଖାତାରେ ଟଙ୍କା ପୈଠ କରାଯିବ । ସହର ଓ ଗ୍ରାମାଞ୍ଚଳରେ ରାସ୍ତାକଡ଼ରେ ଥିବା ଉଠାଦୋକାନୀ ଏହାର ସୁବିଧା ପାଇବେ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ ସହଯୋଗ କରିବେ । ଏଥିପାଇଁ ମୋବାଇଲ୍ ଆପ୍ ଓ ୱେବସାଇଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଏହାସହ ସେ କହିଛନ୍ତି ଯେ କୃଷକ ଓ ଛୋଟ ଉଦ୍ୟୋଗ ସମ୍ପର୍କରେ ଆଲୋଚନା ହୋଇଛି । କୃଷକଙ୍କ ୩ଲକ୍ଷ ଯାଏଁ ଋଣ ଉପରେ ୨% ସୁଧ ଛାଡ଼ ହେବ । ମଣ୍ଡି ଆଇନରେ ପରିବର୍ତ୍ତନ କରାଯିବ । ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ଅଧିକ ଦେବେ ସରକାର । ପଶୁପାଳନ ପ୍ରୋତ୍ସାହନ ପାଇଁ ୧୫ହଜାର କୋଟି ସହାୟତା ମିଳିବ । ମତ୍ସ୍ୟଚାଷୀକୁ ପ୍ରୋତ୍ସାହନ ପାଇଁ ୨୦ହଜାର କୋଟି ଟଙ୍କା ଦିଆଯିବ । ସଙ୍କଟରେ ଥିବା ଏମଏସଏମଇକୁ ଋଣ ଦେବା ବ୍ୟବସ୍ଥା ହେବ । ଏମଏସଇରେ ୩ଲକ୍ଷ କୋଟି ଋଣ ଦେବା ଯୋଜନା ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top