ଖେଳ

ପରଲୋକରେ ଓଡ଼ିଶାର ପୂର୍ବତନ ଫୁଟବଲ ଖେଳାଳି ବୀର ବାହାଦୁର ସିଂ

ଭୁବନେଶ୍ୱର: ପରଲୋକରେ ଓଡ଼ିଶାର ପୂର୍ବତନ ଫୁଟବଲର ବୀର ବାହାଦୁର ସିଂ । ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା ।

ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।ସମ୍ବଲପୁର ବାସିନ୍ଦା ଫୁଟବଲର ବୀର ବାହାଦୁର 1980 ମସିହାରେ ସନ୍ତୋଷ ଟ୍ରଫିରେ ଓଡିଶା ତରଫରୁ ଖେଳିଥିଲେ । ଏହାସହ ଓଡିଶାର ବିଭିନ୍ନ କ୍ଳବ ପାଇଁ ମଧ୍ୟ ସେ ଫୁଟବଲ ଖେଳିଛନ୍ତି ।

ସେ ଝାରସୁଗୁଡାର ଏଲ. ଏନ କଲେଜର ପ୍ରିନସିପାଲ ଭାବେ ଚାକିରୀରୁ ଅବସର ନେଇଥିଲେ । ତାଙ୍କର ଏହି ଅକାଳ ବିୟୋଗରେ ଓଡିଶା ଫୁଟବଲ ଫେଡେରେସନର କର୍ମକର୍ତ୍ତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ଏଭଳି ଜଣେ ପ୍ରତିଭାଙ୍କୁ ହରାଇ ଓଡ଼ିଶା କ୍ରୀଡ଼ା ଜଗତ ଶୋକ ପ୍ରକାଶ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top