ଖେଳ

ଡବଲ ମର୍ଡର ଅଭିଯୋଗରେ ପୂର୍ବତନ ଭାରତୀୟ ସଟ ପୁଟର ଗିରଫ

ଅର୍ଗସ ବ୍ୟୁରୋ : ପୂର୍ବତନ ଏସୀୟ ଚାମ୍ପିଅନସିପ୍ ପଦକ ବିଜେତା ଇକବାଲ ସିଂ ବୋପାରାଇଙ୍କୁ ପେନସିଲଭାନିଆର ନ୍ୟୁଟନ୍ ସ୍କୋୟାରରେ ତାଙ୍କ ମା ଏବଂ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ବୋପାରାଇ ୮୦ ଦଶକରେ ଭାରତର ଅନ୍ୟତମ ପ୍ରତିଷ୍ଠିତ ସଟ ପୁଟର ମଧ୍ୟରୁ ଜଣେ ଥିଲେ। ୧୯୮୮ରେ ନୂଆଦିଲ୍ଲୀରେ ଆୟୋଜିତ ପରମିଟ୍ ମିଟରେ ୧୮.୭୭ ମିଟରର ଦୂରକୁ ସଟ ପୁଟ ଫିଙ୍ଗି ସେ ସ୍ୱର୍ଣ୍ଣ ଜିତିଥିଲେ । ସିଂ ମଧ୍ୟ ଭାରତର ସର୍ବକାଳୀନ ଶ୍ରେଷ୍ଠ-୨୦ ସଟ ପୁଟର ମଧ୍ୟରେ ସ୍ଥାନ ପାଇଛନ୍ତି । କୁଏତରେ ଅନୁଷ୍ଠିତ ୧୯୮୩ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ସେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ସେ ତାଙ୍କ ମା ଏବଂ ପତ୍ନୀଙ୍କୁ ହତ୍ୟା କରିବା ପରେ ପୋଲିସକୁ ଫୋନ କରି ଜଣାଇଥିଲେ ଏବଂ ପୋଲିସ ସେଠାରେ ପଂହଚି ଦୁଇଟି ମୃତଦେହ ଜବତ କରିବା ସହ ତାଙ୍କୁ ଗିରଫ କରିଛି । ତେବେ ଏହି ଘଟଣାରେ ଇକବାଲ ମଧ୍ୟ ଆହତ ହୋଇ ସ୍ଥାନୀୟ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏକ ଜାତୀୟ ଗଣ ମାଧ୍ୟମକୁ ସୂଚନା ଦେଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଇକବାଲ ଭଳି ପିଲା କେବେ ହତ୍ୟା କରିପାରିବ ସେ ବିଶ୍ୱାସ କରିପାରୁନାହାନ୍ତି । ମାତ୍ର କିଛି ମାସ ହେବ ଇକବାଲ ବହୁ ମାନସିକ ଚାପରେ ରହୁଥିଲେ ଏବଂ ଏଥିପାଇଁ ସେ ଔଷଧ ସେବନ କରୁଥିଲେ ବୋଲି ତାଙ୍କ ବନ୍ଧୁ ସୂଚନା ଦେଇଛନ୍ତି । ତେବେ ସେ ଏଭଳି ହତ୍ୟା କାହିଁକି କରିଲେ କେବଳ ସିଏ ହିଁ କହିପାରିବେ ବୋଲି ତାଙ୍କ ବନ୍ଧୁ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top