ଦେଶ

ଆରଏସଏସ ଶିବିରରେ ପ୍ରଣବ ଦା !

Pranab Mukharji

ନୂଆଦିଲ୍ଲୀ: ସ୍ୱଂୟସେବକଙ୍କୁ ସମ୍ବୋଧନ କରିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଆସନ୍ତା ୭ରେ ନାଗପୁରରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ଯୋଗ ଦେବାକୁ ପ୍ରଣବ ଦା ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗର ଉଦଯାପନୀ ଉତ୍ସବରେ ସେ ଶିକ୍ଷାର୍ଥୀମାନଙ୍କୁ ସମ୍ବୋଧନ କରିବେ ବୋଲି ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ କହିଛନ୍ତି ।

ତେବେ ହିନ୍ଦୁତ୍ୱ ଏଜେଣ୍ଡା ନେଇ ସଂଘ ସର୍ବଦା ଚର୍ଚ୍ଚାରେ ଥିବା ବେଳେ ନାଗପୁରରେ ପ୍ରଣବ ଦା’ଙ୍କ ଉଦବୋଧନରେ କଣ ରହିବ ବାର୍ତ୍ତା ତାକୁ ନେଇ ସମସ୍ତଙ୍କ ନଜର ରହିଛି । ଏହି କାର୍ଯ୍ୟକ୍ରମରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ରହିବେ । ମେ ୧୩ରୁ ଆରମ୍ଭ ହୋଇଥିଲା ଏହି ଶିକ୍ଷା ବର୍ଗ । ଦେଶର ବିଭିନ୍ନ ପ୍ରାନ୍ତରୁ ୬୦୭ ଶିକ୍ଷାର୍ଥୀ ଯୋଗ ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ନାଗପୁରରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କାର୍ଯ୍ୟକ୍ରମରେ ଶ୍ରୀ ମୁଖାର୍ଜୀ ଦୁଇ ଦିନ ଯାଏଁ ସାମିଲ ହୋଇ ୮ ତାରିଖରେ ଦିଲ୍ଲୀ ଫେରିବେ ।

ତେବେ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଥିବା ସମୟରେ ହିଁ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ସହ ତାଙ୍କ ଅନେକ ଥର ସାକ୍ଷାତ ହୋଇଛି । ଭାଗବତଙ୍କ ସହ ମୁଖାର୍ଜୀଙ୍କ ଉତ୍ତମ ସଂପର୍କ ଥିବା ଜଣାପଡ଼େ ।

ଏକଦା କଂଗ୍ରେସର ସଂକଟମୋଚକ ଭାବେ କାମ କରୁଥିଲେ ଶ୍ରୀ ମୁଖାର୍ଜୀ । କଂଗ୍ରେସ ଶାସନ ସମୟରେ ଅର୍ଥ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହୁଥିଲେ ପ୍ରଣବ ଦା । ତେବେ ୨୦୧୨ ମସିହାରେ ଦେଶର ୧୩ତମ ରାଷ୍ଟ୍ରପତି ହୋଇଥିଲେ ପ୍ରଣବ ମୁଖାର୍ଜୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top