ଦେଶ

RBIର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ନୂତନ ଦାୟୀତ୍ୱ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ମିଳିଲା ନୂଆ ଦାୟୀତ୍ୱ । ନେସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ପବ୍ଲିକ୍‌ ଫାଇନାନ୍ସ ଆଣ୍ଡ ପଲିସି(ଏନଆଇପିଏଫପି)ର ଚେୟାରମ୍ୟାନ ହେଲେ ଉର୍ଜିତ ପଟେଲ । ଏହାପୂର୍ବରୁ ଏହି ପଦବୀରେ ବିଜୟ କେଲକର ଥିଲେ । କେଲକର 2014ରେ ପଦ ଭାର ଗ୍ରହଣ କରିଥିଲେ ।

ଉର୍ଜିତ ପଟେଲ 22 ଜୁନରେ କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା ମିଳିଛି । ଏନେଇ ସୂଚନା ଦେଇ ଏନଆଇପିଏଫପି ପକ୍ଷରୁ କୁହାଯାଇଛି, ‘ଆମକୁ ଖୁସି ଲାଗୁଛି ଯେ ଆରବିଆଇର ପୂର୍ବ ଗଭର୍ଣ୍ଣର 22 ଜୁନ ଠାରୁ ଆମ ସଂସ୍ଥାର ଚେୟାର ପର୍ଶନ ଦାୟିତ୍ୱ ତୁଲାଇବେ ।’ ଏନଆଇପିଏଫପି କାର୍ଯ୍ୟ ହେଉଛି ସାର୍ବଜନୀନ ଅର୍ଥଶାସ୍ତ୍ର ସମ୍ବନ୍ଧୀୟ କ୍ଷେତ୍ରରେ ନୀତି ନିର୍ମାଣରେ ଯୋଗ ଦେବା । ଏହି ସଂସ୍ଥା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସମେତ ରାଜ୍ୟ ସରକାରଙ୍କ ପାଖରୁ ବାର୍ଷିକ ଅନୁଦାନ ରାଶି ପାଇଥାଏ ।

2018 ଡିସେମ୍ବରରେ ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ ଉର୍ଜିତ ପଟେଲ । କେନ୍ଦ୍ରୀୟ ବ୍ୟାଙ୍କ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଇସ୍ତଫା ଦେଇଥିଲେ ଉର୍ଜିତ । ତେବେ ସେପ୍ଟେମ୍ବର 2019ରେ ଉର୍ଜିତ ପଟେଲଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ ତା ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଶକ୍ତିକାନ୍ତ ଦାସ ଆରବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top