ଟେକ୍ନୋଲୋଜି

ଋଷରେ ବାୟୁସେନାର ୪ ପାଇଲଟଙ୍କ ଟ୍ରେନିଂ ଆରମ୍ଭ, ‘ଭ୍ୟୁମିତ୍ରା’ ପରେ ମହାକାଶ ଯିବେ ୩ ସଦସ୍ୟ

ISRO

ବେଙ୍ଗାଲୁରୁ: ଦେଶର ମହତ୍ତ୍ୱପୂର୍ଣ୍ଣ ମହାକାଶ ଅଭିଯାନ ‘ଗଗନୟାନ’ ପାଇଁ ବାୟୁସେନାର 4 ପାଇଲଟଙ୍କ ଟ୍ରେନିଂ ଋଷରେ ଆରମ୍ଭ ହୋଇସାରିଛି । ଏହି 4 ପାଇଲଟ୍‌ ସେଠାରେ ବାୟୋମେଡିକାଲ, ଫିଜିକାଲ ପ୍ରାକ୍ଟିସେସ୍‌, ସୋୟୁଜ୍‌ ମ୍ୟାନ୍‌ଡ ସ୍ପେସ୍‌ସିପ୍‌ ସମ୍ବନ୍ଧରେ ଜ୍ଞାନ ଆହରଣ କରିବେ ।

ଋଷ ଯିବା ପୂର୍ବରୁ ସେମାନଙ୍କ ସବୁ ପ୍ରକାର ପରୀକ୍ଷା ଇସ୍ରୋ ଦ୍ୱାରା କରାଯାଇଛି । ବାୟୁସେନାର ପାଇଲଟମାନଙ୍କୁ ଟ୍ରେନିଂ ପାଇଁ ଋଷର ୟୁରି ଗାଗାରିନ୍‌ ଷ୍ଟେଟ୍‌ ସାଇଣ୍ଟଫିକ୍‌ ରିସର୍ଚ୍ଚ ଆଣ୍ଡ ଟେଷ୍ଟିଂ କସ୍ମୋନଟ୍‌ ଟ୍ରେନିଂ ସେଣ୍ଟର ପଠାଯାଇଛି । ଏଥିପାଇଁ 27 ଜୁନ 2019ରେ ଇସ୍ରୋ ପକ୍ଷରୁ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହି ଟ୍ରେନିଂ ସେଣ୍ଟର ନାଁ 12 ଏପ୍ରିଲ 1961ରେ ପ୍ରଥମେ ସ୍ପେସ୍‌କୁ ଯାଇଥିବା ମହିଳା ୟୁରି ଗାଗାରିନ୍‌ଙ୍କ ନାଁରେ ରଖାଯାଇଛି ।

ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା ଋଷ ଯାନରେ ମହାକାଶ ଯାତ୍ରା କରିଥିଲେ । କିନ୍ତୁ ଗଗନୟାନ ମାଧ୍ୟମରେ ଭାରତୀୟ ମହାକାଶଚାରୀ ଭାରତୀୟ ଯାନରେ ମହାକାଶ ଯିବେ । ଗଗନୟାନକୁ ଜିଏସଏଲଭି ମ୍ୟାକ୍‌-3 ରକେଟ୍‌ ଦ୍ୱାରା ମହାକାଶକୁ ପଠାଯିବ । ଏହାପୂର୍ବରୁ ଇସ୍ରୋ 23 ଜାନୁଆରୀରେ ଗଗନୟାନରେ ଯିବାକୁ ଥିବା ହ୍ୟୁମାନଏଡ୍‌ ‘ଭ୍ୟୁମିତ୍ରା’ ଲଞ୍ଚ କରିଥିଲା ।

2022ରେ ଇସ୍ରୋ ମାନବ ମିଶନ ଲଞ୍ଚ କରିବାକୁ ଥିବା ବେଳେ ଏଥିରେ 3 କ୍ରୁ ମେମ୍ବର ରହିବେ । କିନ୍ତୁ ଏହା ପୂର୍ବରୁ ଜୁଲାଇ 2021 ସୁଦ୍ଧା ମହିଳା ଭଳି ଦେଖାଯାଉଥିବା ହ୍ୟୁମାନଏଡ୍‌ ‘ଭ୍ୟୁମିତ୍ରା’କୁ ମହାକାଶ ପଠାଇବ ଇସ୍ରୋ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top