ନ୍ୟୁଜ୍

ଫ୍ରାନ୍ସରେ କୋଭିଡ ଟେଷ୍ଟ ହେଲା ସମ୍ପୂର୍ଣ୍ଣ ମାଗଣା

ଅର୍ଗସ ବ୍ୟୁରୋ : ମହାମାରୀ କରୋନା ଭୂତାଣୁ ବହୁ ବିକାଶଶୀଳ ଦେଶର ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ଏହି ମଧ୍ୟରେ ଫ୍ରାନ୍ସ ତାର ନାଗରିକଙ୍କ ପାଇଁ କୋଭିଡ ଟେଷ୍ଟ ସମ୍ପୂର୍ଣ୍ଣ ରୂପରେ ନିଃଶୁକ୍ଳ କରିଛି। ସ୍ଵାସ୍ଥ୍ୟ ମନ୍ତ୍ରୀ ଓଲିବର ବେରନ କହିଛନ୍ତି ଯେ, ଯେ କେହିବି କରୋନା ଟେଷ୍ଟ କରିବାକୁ ଚାହୁଁଛନ୍ତି ସେମାନେ କରିପାରିବେ। ସରକାର ସମ୍ପୂର୍ଣ୍ଣ ଭାବରେ ମାଗଣାରେ ଟେଷ୍ଟ କରିବେ। ସେହିପରି ଘରୋଇ ହସ୍ପିଟାଲ ଗୁଡ଼ିକରେ ମଧ୍ୟ ଟେଷ୍ଟ କରିଥିବା ଲୋକଙ୍କୁ ରିଫଣ୍ଡ କରାଯିବ।

ବେରନ ବର୍ଦ୍ଧିତ କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଆମେ ଏବେ ସେକେଣ୍ଡ ୱେବ କଥା କହିପାରିବା ନାହିଁ କିନ୍ତୁ ଏବେ ଲଗାତର ବହୁଳ ସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମହାମାରୀକୁ ଖାମଖିଆଲ ଭାବରେ ନନେବା ପାଇଁ ସେ ଅପିଲ କରିଛନ୍ତି। ଫ୍ରାନ୍ସରେ ଏବେ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା 217,801 ରହିଛି। ଏଯାବତ୍ ଦେଶରେ 30,192 ଜଣଙ୍କର ମୃତ୍ୟୁ ଘଟିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top