ଅପରାଧ

ମନ୍ତ୍ରୀଙ୍କ ଖାସ କହି ଠକୁଥିଲା, ଉଠାଇନେଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଖାସ୍‌ ଲୋକ ଏବଂ ନେତାମନ୍ତ୍ରୀଙ୍କ ଚିହ୍ନାଥିବା କହି କୋଟିକୋଟି ଠକୁଥିଲା ଠକ । ଅନେକ ଲୋକଙ୍କୁ ଠକିବା ପରେ ଓଡ଼ିଶାରେ ନିଜର ଜାଲ ବିଛାଉଥିଲା । ଏବେ ଦିଲ୍ଲୀ ପୋଲିସ ଛାନଭିନ କରି ଠକକୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ କରିଛି ।

ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଓଡ଼ିଶା ପୋଲିସର ସହାୟତାରେ ଏହି ମାହାଠକ  ଅର୍ଜିତ ପାତ୍ରକୁ ଶୈଳେଶ୍ରୀ ବିହାରରୁ ଗିରଫ କରିଛି । ଲୋକଙ୍କୁ ଭୁଆଁ ବୁଲାଇ କୋଟିକୋଟି ଟଙ୍କା ଠକି ଫେରାର ହୋଇଯାଇଥିଲା ଅର୍ଜିତ । ତେବେ କେଉଁଠୁ ଏବଂ କାହା ପାଖରୁ ଏହିସବୁ ଟଙ୍କା ଠକିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top