ଜୀବନ ମନ୍ତ୍ର

ବନ୍ଧୁର ଗୁମର ଜାଣିଥାଏ ବନ୍ଧୁ, ଆଉ ଏଭଳି ସାଙ୍ଗଟିଏ ଥିଲେ ଜୀବନରେ ଆସିଥାଏ..

girl

ସାଙ୍ଗ ବିନା ଜୀବନ ଅଧୁରା ଆଉ ଏହି ଦୁନିଆ ମଧ୍ୟ ଅଧୁରା । ତେଣୁ ଜୀବନରେ ଏକ ଭଲ ସାଙ୍ଗ ନିହାତି ଜରୁରୀ । କୁହାଯାଏ ବନ୍ଧୁଥିଲେ ଦୁନିଆର ସବୁକିଛି ଆମ ପାଖରେ ଥାଏ । ମଣିଷ ଜୀବନରେ ଦୁଇଟି ଜିନଷ ଥାଏ ଗୋଟିଏ ସୁଖ ଅନ୍ୟଟି ଦୁଃଖ । ତେଣୁ ନିଜର ଦୁଃଖସୁଖ ବାଂଟିବା ପାଇଁ ଭଲ ବନ୍ଧୁଟିଏ ଆବଶ୍ୟକ । ଜୀବନର ଅତି ଗୁମର କଥା ଆମେ କାହାକୁ ନକହି ପାରିଲେ ବି ଆମ ବନ୍ଧୁ ଆଗରେ କହିଥାଉ । ବେଳେ ବେଳେ ଜୀବନର ଦୁଃଖ ନିଜ ମନ କଥା କହିବା ପରେ କମିଯାଏ । ଆଉ ବନ୍ଧୁ ମଧ୍ୟ ଆମ ସମସ୍ୟା ଦୂର କରିବା ପାଇଁ ସୁବବେଳେ ଚେଷ୍ଟା କରିଥାଏ । କେଉଁ ଆଡେ ବୁଲିଯିବାକୁ ହେଉ କି କୌଣସି ଗାଳିମନ୍ଦରୁ ରକ୍ଷା ପାଇବା, ସବୁଠାରେ ବନ୍ଧୁ ହିଁ ଆମକୁ ସାହାଯ୍ୟ କରିଥାଏ । ଆମ ଖୁସିରେ ମଧ୍ୟ ରଙ୍ଗ ଭରିଥାଏ ବନ୍ଧୁ ।

କିନ୍ତୁ ବେଳେ ବେଳେ ଦୁନିଆରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନଙ୍କର ଭଲ ବନ୍ଧୁଟିଏ ନାହିଁ । ଏମାନେ ଜୀବନରେ ଖୁବ୍ ଏକୁଟିଆ ଅନୁଭବ କରନ୍ତି । .. ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହା ଆପଣଙ୍କୁ ଦୁନିଆରେ ଭଲ ବନ୍ଧୁ ବନାଇବାରେ ସାହାଯ୍ୟ କରିବ । କଲେଜ, ହେଉ କି ଅଫିସ ବେଳେ ବେଳେ ଆପଣ ଏକୁଟିଆ ଠିଆ ହୋଇଥାନ୍ତି । ଏଭଳି ସ୍ଥାନରେ ଯଦି ଆପଣଙ୍କ ଭଳି ଆଉ କିଏ ଠିଆ ହୋଇଥାଏ, ତେବେ ଆପଣ ତାଙ୍କୁ ଦେଖି ସାମାନ୍ୟ ହସି ଦିଅନ୍ତୁ, ଏହାପରେ କିଛି କିଛି କଥାବାର୍ତା ମଧ୍ୟ କରନ୍ତୁ । ଏପରି ନୁହେଁ, କି ସିଏ କଥା ହେଲେ , ଆପଣ କଥାବାର୍ତା ଆରମ୍ଭ କରିବେ, ଆପଣ ନିଜ ତରଫରୁ ଆରମ୍ଭ କରିଦିଅନ୍ତୁ । ହସିକରି ଆପଣ କଥାବାର୍ତା ଆରମ୍ଭ କରନ୍ତୁ । ହୁଏତ ଏହି କଥାବର୍ତା ଫ୍ରେଣ୍ଡସିପରେ ବଦଳିଯାଇପାରେ । ଆମ ଭିତରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଗେମରେ ମଜିରୁହନ୍ତି । ବହୁ ସମୟ ମୋବାଇଲ ହେଉ କି କମ୍ପ୍ୟୁଟର ସେଠାରେ ମଜିରୁହନ୍ତି । ଆଉ ସେମାନଙ୍କର ମଧ୍ୟ ଗେମରେ ପ୍ରବଳ ଆଗ୍ରହ ଥାଏ । ଏଥିପାଇଁ ଆପଣ ସ୍ପୋର୍ଟ୍ସରେ ଯୋଗଦିଅନ୍ତୁ । ଦିନେ ଦୁଇଦିନ ଆପଣଙ୍କୁ ସେଠାରେ ଅଲଗା ଲାଗିବ । ମାତ୍ର ଏହାପରେ ଆପଣଙ୍କ ମନଲାଗିଯିବ ଓ ଆପଣଙ୍କୁ ଗୋଟିଏ ସ୍ପୋର୍ଟି ଫ୍ରେଣ୍ଡ ମଧ୍ୟ ମିଳିଯିବ । ସେହିପରି ସୋସିଆଲ ମିଡିଆରେ ଯୋଗ ଦେଇ ମଧ୍ୟ ଆପଣ ବନ୍ଧୁ ବନାଇପାରିବେ । ଚାଟିଂ ଜରିଆରେ ଆପଣ ପରସ୍ପର ସହ କଥା ମଧ୍ୟ ହୋଇପାରିବେ ।

ବନ୍ଧୁ ସବୁବେଳେ ବାହାରୁ ବନାଯାଇଥାଏ । କିନ୍ତୁ କିଛି ବନ୍ଧୁଙ୍କୁ ମନ ଭିତରୁ ବନାନ୍ତୁ, ଯେଉଁମାନେ ସବୁ ବେଳେ ଆପଣଙ୍କ ଶୁଭ ମନାସୁଥିବେ । ଆଉ ସେଭଳି ବନ୍ଧୁ ହେଉଛନ୍ତି, ଆପଣଙ୍କ ମାତା ପିତା । ଆପଣ ସେମାନଙ୍କୁ ମଧ୍ୟ ବନ୍ଧୁ ବନାଇପାରିବେ, ସୁଖଦୁଃଖ ବାଂଟିପାରିବେ । ଏହା ଦ୍ୱାରା ଅପାଣଙ୍କ ମନ ହାଲକା ହେବ । ଯଦି ଆପଣଙ୍କ ଘରେ ଭାଇ ଭଉଣୀ ଅଛନ୍ତି, ତେବେ ସେମାନଙ୍କୁ ମଧ୍ୟ ନିଜର ଭଲ ବନ୍ଧୁ ବନାଇପାରିବେ । ତେବେ ବନ୍ଧୁ ସବୁବେଳେ ଏମିତି ବନାନ୍ତୁ, ଯିଏ କେବେ ହେଲେ ଆପଣଙ୍କ ସାଥ୍ ଛାଡିବନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top