ଦେଶ

ବଲିଉଡକୁ ବ୍ୟାପୁଛି କରୋନା, ଭୂତାଣୁ କବଳରେ ବଚ୍ଚନ ଓ ଖେରଙ୍କ ପରିବାର

ମୁମ୍ବାଇ: ବଲିଉଡରେ କରୋନା ବ୍ୟାପୁଛି । କରୋନା ଭାଇରସ୍‌ କବଳରେ ଏବେ ବଲିଉଡ । ପ୍ରଥମେ ସିଙ୍ଗର କନୀକା କପୁର କରୋନାରେ ଆକ୍ରାନ୍ତ ହୋଇଥିଲେ । ନିକଟର ମୃତ୍ୟୁବରଣ କରିଥିବା ମ୍ୟୁଜିକ ନିର୍ଦ୍ଦେଶକ ୱାଜିଦ୍‌ ଖାନ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାସହ ବରିଷ୍ଠ ଅଭିନେତା କିରନ କୁମାର, ଜୋଆ ମୋରାନି, କରିମ ମୋରାନି ମଧ୍ୟ କରୋନା କବଳରେ ଆସିସାରିଛନ୍ତି ।

ତେବେ ଗତକାଲି ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅମିତାଭଙ୍କ ପରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଆଜି ପୁଣି ତାଙ୍କ ପରିବାରର ଦୁଇ ଜଣ ଐଶ୍ୱର୍ଯ୍ୟା ରାୟ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ତେବେ ବଡ଼ କଥା ହେଉଛି ସୁସ୍ଥ ଅଛନ୍ତି ବିଗ୍-ବି । ସାମାନ୍ୟ ଲକ୍ଷଣ ରହିଛି । ଆଇସୋଲେନ ୱାର୍ଡରେ ଚାଲିଛି ଚିକିତ୍ସା  । ମୁମ୍ବାଇର ନାନାବତୀ ହସ୍ପିଟାଲର ହେଲଥ୍‌ ବୁଲେଟିନ୍‌ ଆଣିଛି ଏହି ଆଶ୍ୱସ୍ତି । ଜୁନିୟର ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥା ବି ସ୍ଥିର ରହିଛି  । ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି  । ସମସ୍ଥଙ୍କୁ ଚିକିତ୍ସା ପାଇଁ ନିଆଯାଇଛି  । ତେବେ ଆଣ୍ଟିଜେନ ଟେଷ୍ଟରେ ଜୟାବଚ୍ଚନଙ୍କ ରିପୋର୍ଟ ନେଗେଟିଭ ଆସିଛି  ।

ସେପଟେ ସିଲ୍ ହେଲା ‘ଜଲସା’ ସମେତ 4 ବଙ୍ଗଳା  । ବଚ୍ଚନଙ୍କ ମୁମ୍ବାଇ ସ୍ଥିତ 4 ବାସଭବନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି ।  ସାନିଟାଇଜେସନ ସହ ଲାଗିଛି ନୋଟିସ । ସେହିପରି ଅଭିଷେକ ଡବିଂ ପାଇଁ ଯାଇଥିବା ଏକ ଷ୍ଟୁଡିଓକୁ, ଅସ୍ଥାୟୀ ରୂପରେ ବନ୍ଦ କରାଯାଇଛି  ।

ବିଗ୍‌-ବିଙ୍କ ପରେ ଅନୁପମ ଖେରଙ୍କ ପରିବାରରେ ମଧ୍ୟ କରୋନା ଆକ୍ରାନ୍ତ  । ଅନୁପମଙ୍କ ମାଆ, ଭାଇ ସହ ପରିବାରର 4 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି  । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି  । ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସେ କହିଛନ୍ତି  । ସେ ଏବେ ହୋମ କ୍ୱାରେଣ୍ଟାଇନରେ ରହିଥିବା ଉଲ୍ଲେଖ କରିଛନ୍ତି  ।

ବରିଷ୍ଠ ଅଭିନେତ୍ରୀ ରେଖାଙ୍କ ଘରେ ମଧ୍ୟ କୋରୋନା ପହଞ୍ଚିଛି  । ତାଙ୍କ ବଙ୍ଗଳାର ସିକ୍ୟୁରିଟି ଗାର୍ଡଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସିଲ ହେଇଛି ବାସଭବନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top