ନ୍ୟୁଜ୍

ସାବଧାନ ! ମାର୍ଚ୍ଚ ୧ରୁ ନିସ୍ତାର ନାହିଁ

Traffic

ଭୁବନେଶ୍ୱର:  ସାବଧାନ ! ସତର୍କ ହୋଇଯାଆନ୍ତୁ ଗାଡି ଚାଳକ । ନହେଲେ ଗଣିବାକୁ ପଡ଼ିବ ତଣ୍ଡ । କାହିଁପକି ନା  କଣ୍ଟ ପୂରିଲା । ଏଣିକି କଡାକଡି ହେବ ଚେକିଂ । ପୁଣି ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ କଡାକଡି ହେବ ନୂଆ ମୋଟର ଯାନ ଆଇନ । ଏନେଇ  ସୂଚନା ମିଳିଛି ।

ତେବେ ଦୁର୍ଘଟଣାର ହାର ହ୍ରାସ ପାଇବ ଟ୍ରାଫିକ ନିୟମକୁ କଡାକଡି କରାଯିବ । ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ଆପଣ ଜରିମାନା ଗଣିବା ଏକ ପ୍ରକାର ନିଶ୍ଚିତ । ତେବେ ରାଜ୍ୟରେ ନୂଆ ମୋଟର ଯାନ ଲାଗୁ ହେବା ପରେ ଏହାକୁ ନେଇ ଅନେକ ଅଭିଯୋଗ ଆସିଥିଲା । ଯାହାକୁ ନେଇ ୬ ମାସ ପାଇଁ କୋହଳ କରାଯାଇଥିଲା । ତେବେ ଏହି କଂଟ ଏବେ ପୁରିବାକୁ ବସିଛି ।

ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ । ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ପାଳନ ହେବ ନୂଆ ମୋଟର ଯାନ ଆଇନ । ଏହାସହ ଏଥିରେ ନୂଆ କିଛି ନିୟମ ଯୋଡ଼ିବାକୁ ଯାଉଛନ୍ତି ସରକାର । ବାଇକ୍‌ର ପଛରେ ବସିଥିବା ବ୍ୟକ୍ତି ଏଣିକି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ସେହିପରି କାର୍‌ର ସବୁ ଯାତ୍ରୀ ପିନ୍ଧିବେ ସିଟ୍ ବେଲ୍ଟ । ଦିଲ୍ଲୀ ସଡ଼କ ସୁରକ୍ଷା ବୈଠକରୁ ଫେରିବା ପରେ ଏନେଇ ସୂଚନା ଦେଇଛନ୍ତି ଖୋଦ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପ୍ରଥମେ ତିନି ମାସ ଏବଂ ପରେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଉ ତିନି ମାସ ମୋଟର ଯାନ ନିୟମ କୋହଳ କରିଥିଲେ ସରକାର । ଯାହାର ଡେଡ ଲାଇନ୍ ମାର୍ଚ୍ଚରେ ଶେଷ ହେବାକୁ ଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top