ମନୋରଞ୍ଜନ

ଶୁକ୍ରବାର ବାରିପଦାର ରକ୍ସି ହଲରେ ରିଲିଜ୍‌ ହେବ ‘ଫ୍ରମ୍ ମି ଟୁ ୟୁ’

ଭୁବନେଶ୍ୱର: ରିସ୍ତା ୱେଭସ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ନିବେଦିତ ‘ଫ୍ରମ୍ ମି ଟୁ ୟୁ’ ନଭେମ୍ବର1ରେ ପ୍ରେକ୍ଷାଳୟକୁ ଆସି ସାରିଥିବା ବେଳେ ଦର୍ଶକଙ୍କ ମନରେ ଏକ ନିଆରା ସ୍ଥାନ ସୃଷ୍ଟି କରିଛି । ଏପରିକି ଜ୍ୟୋତି ଓ ଶ୍ରଦ୍ଧା ଯୋଡ଼ିକୁ ଲୋକେ ଆଦରି ନେଇଛନ୍ତି ।

ତେଣୁ ଦର୍ଶକଙ୍କ ଉତ୍ସାହକୁ ଦେଖି ନଭେମ୍ବର 29  ତାରିଖ ସଂଧ୍ୟା 6ଟାରେ ବାଙ୍ଗାଲୋରର ଇନୋଭେଟିଭ ମଲ୍ଟି ପ୍ଲେକ୍ସରେ  ରିଲିଜ୍‌ ହୋଇଥିଲା ଫ୍ରମ୍ ମି ଟୁ ୟୁ’ । ଏବେ ପୁଣିଥରେ ବାରିପଦା ରକ୍ସି ସିନେମା ହଲରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ବାରିପଦାବାସୀଙ୍କ ପାଇଁ ଆସିଛି ଏଭଳି ଖୁସି ଖବର । ଆସନ୍ତାକାଲି (6, ଡିସେମ୍ବର)ରେ ରକ୍ସି ସିନେମା ହଲରେ ରିଲଜ୍‌ ହେବ  ‘ଫ୍ରମ୍ ମି ଟୁ ୟୁ’ ।

 ବନ୍ଧୁତ୍ୱର ଭିତ୍ତିଭୂମି ଉପରେ ଆଧାରିତ ଏହି ଫିଲ୍ମ ପାରିବାରିକ ଏବଂ ଆବେଗଭରା କାହାଣୀ ଉପରେ ପର୍ଯ୍ୟବେସିତ । ଆକ୍ସନ, ଇମୋସନ ଏବଂ ସସପେନ୍ସକୁ ନେଇ ସମୃଦ୍ଧ ହୋଇଛି ‘ଫ୍ରମ୍ ମି ଟୁ ୟୁ’ । ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନାରେ ଅଛନ୍ତି ହେମନ୍ତ କୁମାର ସାହୁ । ସହଯୋଗୀ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି ଅଶ୍ୱିନୀ ଗଡ଼ନାୟକ ।

କାର୍ଯ୍ୟକାରୀ ପ୍ରଯୋଜକ ରାଜେଶ କୁମାର ମହାନ୍ତି ଥିବା ବେଳେ କ୍ରିଏଟିଭ୍ ମୁଖ୍ୟ ଅଛନ୍ତି ଅଚିନ୍ତ୍ୟ ବେହେରା । ଅନ୍ୟ କଳାକାରମାନଙ୍କ ମଧ୍ୟରେ ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପ୍ରଜ୍ଞା, ସ୍ମିତା ମହାନ୍ତି, ଶ୍ରୀଲା, ଜୀବନ ପଣ୍ଡା, କୁସୁମ ତ୍ରିପାଠୀ, ଲୀଜା, ହିମାଂଶୁ, ସୁଜିତ, ସଂଜୟ, ରାଜେନ୍ଦ୍ର, ବିଶୁ, ଜିତୁ ଓ ଅଜୟଙ୍କୁ ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top