X
Breaking News
ନ୍ୟୁଜ୍

ସିଙ୍ଗଡ଼ା ବିକାଳିରୁ ଚାଟାର୍ଡ ଆକାଉଣ୍ଟାଣ୍ଟ

jharsuguda

ଝାରସୁଗୁଡ଼ା: ସିଙ୍ଗଡ଼ା ଠେଲାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ବନି ପାରିଛନ୍ତି ଜଣେ ଯୁବକ । ନିଜର ଆତ୍ମବିଶ୍ୱାସ ଏବଂ ଦୃଢ ମନୋବଳ ଯୋଗୁଁ ପହଞ୍ଚି ପାରିଛନ୍ତି ଶୀର୍ଷରେ । ଗୋଟିଏ ପଟେ ପେଟ ପାଇଁ ଚିନ୍ତା ଏବଂ ଅନ୍ୟପଟେ ପାଠ ପଢ଼ିବାର ନିଶାକୁ ସାମ୍ନା କରି ଶେଷରେ ସଫଳତା ସାଉଁଟିଛନ୍ତି ଝାରସୁଗୁଡ଼ା ମାରଓ୍ୱାଡ଼ି ପଡାର ଶଶିକାନ୍ତ ।

Inspiration

ସିଙ୍ଗଡ଼ା ଠେଲାରୁ ଚାଡାର୍ଡ ଆକାଉଣ୍ଟାଣ୍ଟ । ଏହି କଠିନ ଯାତ୍ରାରେ ସଫଳ ହୋଇପାରିଛନ୍ତି ଶଶିକାନ୍ତ ଶର୍ମା । ଝାରସୁଗୁଡ଼ା ଝଣ୍ଡାଛକ ନିକଟରେ ଜଳଖିଆ ବିକୁଥିବା ଶଶିକାନ୍ତକୁ ଦେଖି କେହି କେବେ ଭାବି ନଥିବେ ସେ ଦିନେ ଚାଡାର୍ଡ ଆକାଉଣ୍ଟାଣ୍ଟ ହେବେ । ମାରବାଡ଼ି ପଡାର ମହେଶ ଶର୍ମା ଓ ଇନ୍ଦିରା ଦେବୀଙ୍କ ଦ୍ଵିତୀୟ ସନ୍ତାନ ଶଶିକାନ୍ତ  ।  ପାରିବାରିକ ବ୍ୟବସାୟରେ ନିଜ ସମୟ ଦେବା ସହ ଚାଡାର୍ଡ ପରି କଠିନ ପାଠ ପଢି institute of Chartered Accounts of indiaରୁ CA ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି  ।

Inspiration

ପିଲା ବେଳୁ ପାଠ ପଢିବା ପାଇଁ ଅନେକ ଘାତ ପ୍ରତିଘାତ ସହିଛନ୍ତି ଶଶିକାନ୍ତ । ଏମିତିକି ଘର ଚଳାଇବା ପାଇଁ ବଡଭାଇଙ୍କ ସହ ସେ ସିଙ୍ଗଡ଼ା ବିକ୍ରି କରିଥାନ୍ତି । ଏହି ବ୍ୟବସାୟରୁ ଯାହା ଆୟ ହୁଏ ସେଥିରେ ପୁରା ପରିବାର ଚଳିଥାଏ । ବହୁ ଅଭାବରେ ଶଶିକାନ୍ତର ଡିଗ୍ରୀ ଶେଷ କରି ବ୍ୟବସାୟ କରୁଥିବା ବେଳେ ଜଣେ ଶୁଭେଛୁ ତାଙ୍କୁ CA କରିବା ପାଇଁ ପ୍ରବର୍ତ୍ତାଇ ଥିଲେ । ପରେ ତାଙ୍କ ଇଚ୍ଛାଶକ୍ତି ଓ ଅଧ୍ୟବସାୟରେ ସେ ଆଗକୁ ବଢିପାରିଛନ୍ତି । ଶଶିକାନ୍ତଙ୍କ ପରିଶ୍ରମ ଏବଂ ଆତ୍ମବିଶ୍ୱାସ ଆଗରେ ହାର ମାନିଛି ଦାରିଦ୍ରତା । ସେ ପ୍ରମାଣ କରିଦେଖାଇଛନ୍ତି ଯେ ପ୍ରବଳ ଇଚ୍ଛାଶକ୍ତି ଆଗରେ ସବୁ ତୁଚ୍ଛ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top