ଜୀବନ ମନ୍ତ୍ର

ଅଦରକାରୀ କାଗଜରୁ ପ୍ରସ୍ତୁତ ହେଉଛି ଜରୁରୀ ଆସବାବପତ୍ର, ଦେଖନ୍ତୁ..

ଭୁବନେଶ୍ୱର: ଅଦରକାରୀ କାଗଜ ଫୋପାଡି ଦେଉଛନ୍ତି କି  ?  କିନ୍ତୁ ସେହି ଅଦରକାରୀ କାଗଜରୁ ବି ପ୍ରସ୍ତୁତ କରିହେବ ସୋଫା ସେଟ୍ ,ଡାଇନିଙ୍ଗ ଟେବୁଲ ଭଳି ଅନେକ ଘରସଜ୍ଜା ସାମଗ୍ରୀ  । ହଁ ଆଜ୍ଞା ଏହି କଥାଟି ବିଶ୍ବାସ ଲାଗୁନଥିଲେ ବି ସତ  । ଏହି ସବୁ ସାମଗ୍ରୀ ପ୍ରସ୍ତୁତ ହେଉଛି କେବଳ ଅଦରକାରୀ କାଗଜରୁ  । ଏହାକୁ ତିଆରି କରୁଛନ୍ତି ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଚଂଳରେ ରହୁଥିବା ରଶ୍ମିତା ସାହୁ  ।

ନିଜ ପରିବାରକୁ ସମୟ ଦେବା ପରେ ଯେଉଁ ବଳକା ସମୟ ମିଳେ ସେହି ସମୟରେ ସେ ଲାଗିପଡନ୍ତି ଏଭଳି ଆକର୍ଷଣୀୟ ଘରକରଣା ସାମଗ୍ରୀ ତିଆରି କରିବାରେ  । ସେ ଏହି ସବୁ ତିଆରି କରିବା ପାଇଁ କେଉଁଠୁ ବି ପ୍ରଶିକ୍ଷଣ ନେଇନାହାଁନ୍ତି କି ତାଙ୍କର କେହି ଗୁରୁ ନାହାଁନ୍ତି  । ରଶ୍ମିତା ନିଜର ଜ୍ଞାନ କୈାଶଳକୁ ଲଗାଇ ତିଆରି କରୁଛନ୍ତି ବିଭିନ୍ନ ନୂଆ ନୂଆ ଡିଜାଇନର ସାମଗ୍ରୀ  । ଯାହାକି ଦେଖିବାକୁ ବେଶ୍ ସୁନ୍ଦର ଏବଂ ଆକର୍ଷଣୀୟ  ।

ରଶ୍ମିତାକୁ ଆଚାର୍ଯ୍ୟବିହାରରେ ସିମେଣ୍ଟରେ କରାଯାଇଥିବା ମତ୍ସ୍ୟକନ୍ୟାଟି ବେଶ୍ ପସନ୍ଦ ଆସିଥିଲା  । ସେଭଳି ଏକ ମତ୍ସ୍ୟକନ୍ୟା ତିଆରି କରିବା  ପାଇଁ ସେ ମନ ବଳାଇଥିଲେ  । କିନ୍ତୁ ସେସବୁ ସିମେଣ୍ଟରେ ତିଆରି କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ତାପରେ ସେ ଅଦରକାରୀ କାଗଜକୁ ବ୍ୟବହାର କରି ତିଆରି କରିଛନ୍ତି ଏହି ମତ୍ସ୍ୟକନ୍ୟା  ।

ଏହାପରେ ଗୋଟିଏ ପରେ ଗୋଟିଏ ଘରକରଣା ସାମଗ୍ରୀ ତିଆରି କରିଚାଲିଲେ ରଶ୍ମିତା  । ଏସବୁ ତିଆରି କରିବାକୁ ବିଶେଷ ଟଙ୍କା ଖର୍ଚ୍ଚ କରିବାକୁ ପଡେନି । ଏହି ସବୁ ତିଆରି କରିବା ପାଇଁ ରଶ୍ମିତା ବ୍ୟବହାର କରିଥାନ୍ତି ଅଦରକାରୀ କାଗଜ, ମେଥି ଏବଂ ବିଭିନ୍ନ ପ୍ରକାରର ରଙ୍ଗ  । ଏହି ସବୁ ତିଆରି କରିବା ପାଇଁ ତାଙ୍କ ସ୍ବାମୀ ଅନାଦି ଚରଣ ସାହୁ ବେଶ୍ ସହଯୋଗ କରନ୍ତି  । ଖାଲି ସେତିକି ନୁହେଁ ପ୍ଲାଷ୍ଟିକ,ଜରି,ଆଇସକ୍ରିମ କାଠିକୁ ନେଇ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଫୁଲଦାନୀ ,କଣ୍ଡେଇ ଏବଂ ସୁନ୍ଦର ସୁନ୍ଦର ଜୋତା   । ଦେଖନ୍ତୁ..

Click to comment

Leave a Reply

Your email address will not be published. Required fields are marked *

Most Popular

To Top