ଟେକ୍ନୋଲୋଜି

ଗଗନଯାନ ମିଶନ: ଅନ୍ତରୀକ୍ଷଯାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଖାଦ୍ୟ

isro

ନୂଆଦିଲ୍ଲୀ:  ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) 2021ରେ ନିଜର ପ୍ରଥମ  ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ଗଗନଯାନ ପଠାଇବାର ପ୍ରସ୍ତୁତିରେ ଅଛି  । ଏଥିପାଇଁ ଇସ୍ରୋ ସାରା ଦେଶରୁ 4 ଜଣଙ୍କୁ ବାଛିଚି ।  ଯେଉଁମାନେ କି ଏହି ମିଶନ ପାଇଁ ଚନ୍ଦ୍ରକୁ ଯିବେ ।  ଅନ୍ତରୀକ୍ଷ ଯାତ୍ରୀ ଏହି ମାସରେ  ତୃତୀୟ ସପ୍ତାହରେ  ସ୍ୱତନ୍ତ୍ର ଟ୍ରେନିଂ ପାଇଁ ରୁଷ୍‌ ଯିବେ । ଏଥିପାଇଁ ଭାରତୀୟ ଅନ୍ତରୀକ୍ଷଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରକାରର ଭୋଜନ ପ୍ରସ୍ତୁତ କରାଯାଇଛି ।

ଭାରତୀୟ ଅନ୍ତ୍ରୀକ୍ଷଙ୍କ ପାଇଁ ଯେଉଁ ଖାଦ୍ୟ ପ୍ରସ୍ତୁତ କରାଯାଇଛି ସେଥିରେ ଏଗ୍‌ ରୋଲ୍ସ, ଭେଜ୍‌ ରୋଲ୍ସ, ଇଡଲୀ, ମୁଗ ଡାଲିର ହାଲୁଆ ଓ ଭେଜ୍‌ ପଲାଉ ସାମିଲ ଅଛି । ଏହି ଖାଦ୍ୟକୁ  ପ୍ରତିରକ୍ଷା ଖାଦ୍ୟ ଅନୁସନ୍ଧାନ ପ୍ରୟୋଗଶାଳାରେ ପ୍ରସ୍ତୁତ କରାଯାଇଛି । ଅନ୍ତରିକ୍ଷଯାତ୍ରୀଙ୍କୁ ଖାଦ୍ୟ ଗରମ କରିବାର ପାଇଁ ଫୁଡ୍‌ ହିଟର୍ସ ମଧ୍ୟ ଦିଆଯିବ । ଏହା ବ୍ୟତିତ ଅନ୍ତରିକ୍ଷଯାତ୍ରୀଙ୍କୁ ପିଇବା ପାଇଁ ପାଣି  ଓ ଜୁସ୍‌ ଦିଆଯିବ । ଏଠି କହି ରଖୁଛୁ ଯେ ଅନ୍ତରିକ୍ଷଯାତ୍ରୀଙ୍କ ପାଇଁ ଯେଉଁ ଖାଦ୍ୟ ଦିଆଯିବ ତାହା ସମ୍ପୂର୍ଣ୍ଣ ସୁସ୍ଥ ଓ ଗୋଟିଏ ବର୍ଷ ପର୍ଯ୍ୟନ୍ତ ତାହା ରହିପାରିବ ।  କିନ୍ତୁ ଏହିଥର ଖାଦ୍ୟ ପ୍ୟାକେଟ ଖୋଲିବାର 24 ଘଣ୍ଟା ମଧ୍ୟରେ ଖାଇବାକୁ ପଡିବ ବୋଲି ସୂଚନା ମିଳିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top