ନ୍ୟୁଜ୍

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଚଳଚଞ୍ଚଳ ରାୟଗଡ଼ା ସହର

puja

ରାୟଗଡ଼ା: ଦିନକ ପରେ ମା ଗଜଲକ୍ଷ୍ମୀଙ୍କ ପୂଜା । ଏଥିପାଇଁ ସବୁଠି ଚଳଚଞ୍ଚଳ । ରାୟଗଡା ଗୁଣୁପୁର ଠାରେ ଚଳିତ ବର୍ଷ ମା’ ଙ୍କ ପୂଜାକୁ ବେଶ ଧୁମଧାମରେ ପାଳନ କରିବାକୁ ପୂଜା କମିଟି ମାନେ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଗୁଣୁପୁର ସହରରେ 3 ଟି ମେଢ କରାଯାଇଛି । ଚାଲିଛି ତୋରଣ କାର୍ଯ୍ୟ ।

ମୂର୍ତ୍ତି କାରିଗରମାନେ ମା’ ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବା ବେଳେ ପାର୍ଶ୍ୱ ଦେବା ଦେବୀ, କଳାକୁଞ୍ଜ ଗୁଡିକୁ ବେଶ ଆକର୍ଷଣୀୟ କରିବା ପାଇଁ କାରିଗରମାନେ ଲାଗିପଡିଛନ୍ତି । ରଙ୍ଗବେରଙ୍ଗର ଆଲୋକମାଳାରେ ସହରର ରାସ୍ତାଘାଟ ସୁସଜ୍ଜିତ କରାଯାଇଛି । ଏଥିସହ ଏହି ପୂଜା 9 ଦିନ ଧରି ପାଳିତ ହେଉଥିବା ବେଳେ ପ୍ରତିଦିନ ସ୍ଥାନୀୟ ତଥା ଓଡ଼ିଶାର ପ୍ରସିଦ୍ଧ କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବା ପୂଜା କମିଟି ତରଫରୁ ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top