ଅପରାଧ

ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ରହିଛି ପୋଲିସ କନେଷ୍ଟବଳଙ୍କ ସମ୍ପୃକ୍ତି !

Rape

ପୁରୀ: ପୁରୀରେ ଲଜ୍ଜା ! ଯୁବତୀଙ୍କୁ ପୋଲିସ ପରିଚୟ ଦେଇ କାରରେ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ 4 ଜଣ ଲିଫ୍ଟ ଦେଇ ପୁରୀ ସ୍ଥିତ ଏକ କ୍ୱାର୍ଟର୍ସକୁ ନେଇଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଦୁଇଜଣ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରୁ ଯୁବତୀ ଜଣଙ୍କ ଏକ ପର୍ସ ପାଇଥିଲେ ।

ଯେଉଁଥିରେ ଥିବା ପରିଚୟପତ୍ରରୁ ସ୍ପଷ୍ଟ ଯେ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପୂର୍ବତନ କନଷ୍ଟେବଳ ଅଛନ୍ତି । କନଷ୍ଟେବଲଙ୍କ ନାଁ ଜିତେନ୍ଦ୍ର ସେଠୀ । କନଷ୍ଟେବଲ ଜଣଙ୍କୁ ପୂର୍ବରୁ ବହିଷ୍କାର କରାଯାଇଥିବା କୁହାଯାଉଛି । ଏପରି ଘଟଣା ପରେ ଯୁବତୀଜଣଙ୍କ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ପୁରୀ ଏସ୍‌ପି । ଏସ୍‌ପି ନିଜେ ପହଞ୍ଚି ଯୁବତୀଙ୍କ ସହ ଆଲୋଚନା କରିଛନ୍ତି ।

ଗୋଟିଏ ପଟେ ହାଇଦ୍ରାବାଦ ଘଟଣା ଦେଶରେ ଚହଳ ପକାଇଥିବା ବେଳେ ରାଜ୍ୟରେ ସ୍ଥିତି ସଙ୍ଗିନ । ପୁରୀ ଭଳି ଏକ ପବିତ୍ର ସ୍ଥାନରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ନିଶ୍ଚିତ ଭାବେ ଅତ୍ୟନ୍ତ ଲଜ୍ଜାଜନକ । ଯଦି ରକ୍ଷକ ଭକ୍ଷକ ସାଜିବ ତେବେ କଣ କରାଯାଇପାରିବ । ଅନ୍ୟପଟେ ଏସପି କହିଛନ୍ତି ଯିଏ ବି ଦୋଷୀ ଥିବା ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top