ଅପରାଧ

ଦକ୍ଷିଣ ଆଫ୍ରିକାରୁ ଗିରଫ ହେଲା ଗ୍ୟାଙ୍ଗଷ୍ଟାର ରବି ପୂଜାରୀ

ବେଙ୍ଗାଲୁର : ୧୫ ବର୍ଷ ଧରି ଫେରାର ଥିବା ଗ୍ୟାଙ୍ଗଷ୍ଟାର ରବି ପୂଜାରୀ ଦକ୍ଷିଣ ଆଫ୍ରିକାରୁ ଗିରଫ। ରବି ପୂଜାରୀକୁ ଭାରତ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି। ଏକ ସ୍ଵତନ୍ତ୍ର ଟିମ୍ ତାକୁ ଭାରତ ଆଣୁଛନ୍ତି। କର୍ଣ୍ଣାଟକର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏହି ଟିମରେ ସାମିଲ ଅଛନ୍ତି।

ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏନେଇ କହିଛନ୍ତି ଯେ, ରବି ପୂଜାରୀ ନାମରେ ବିଭିନ୍ନ ହତ୍ୟା ମାମଲା ସହ ଅପରାଧିକ ମାମଲା ରହିଛି। ସେ ଦୀର୍ଘ ୧୫ ବର୍ଷ ଧରି ଫେରାର ହୋଇଯାଇଥିଲା।

ସେହିପରି ଅନ୍ୟ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଆମେ ରବି ପୂଜାରୀ ସହ ସେନେଗଲରୁ ଆସୁଛୁ। ଏବେ ପ୍ୟାରିସରେ ଅଛୁ। ଆମେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଭାରତରେ ପହଁଚିଯିବୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top