ଅପରାଧ

ହୋମଗାର୍ଡଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଗଞ୍ଜେଇ ମାଫିଆ

କୋରାପୁଟ: ଗୃହରକ୍ଷୀଙ୍କ ଉପରେ ଗାଡି ଚଢାଇଦେଲେ ଗଞ୍ଜେଇ ମାଫିଆ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗଞ୍ଜେଇ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ହୋମଗାର୍ଡ । ଗତକାଲି ବିମଳମ୍ବିତ ରାତିରେ ଟ୍ରାକ୍ଟରରେ ଚାଲାଣ ହେଉଥିଲା ଗଞ୍ଜେଇ । ଖବର ପାଇ ଗୁଣ୍ଠାବେଡା ପଂଚାୟତର କାଙ୍କରପଡା ଛକ ନିକଟରେ ଜଗି ରହିଥିଲା ପୋଲିସ ।

ଗୃହରକ୍ଷୀ ଟୁନା ବୈରାଗୀ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଗାଡି ଟି ଅଟକିବା ବଦଳରେ ତାଙ୍କ ଉପରେ ମାଡ଼ି ଯାଇଥିଲା । ଯାହା ଫଳରେ ଟୁନାଙ୍କ ଅଣ୍ଟା ଭାଙ୍ଗି ଯାଇଥିବାବେଳେ ଚିକିତ୍ସା ପାଇଁ ତାଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରେ ପୋଲିସ ଗାଡି ଟିକୁ ପିଛା କରିବାରୁ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିଲା । ଘଟଣାରେ ତିନି ଜଣ ଗଞ୍ଜେଇ ମାଫିଆ ଧରାପଡିଛନ୍ତି ।

ଦିନକୁ ଦିନ ରାଜ୍ୟରେ ଗଞ୍ଜେଇ ଚାଷ ବୃଦ୍ଧି ପାଉଥିବାବେଳେ ପୋଲିସ ଦ୍ୱାରା ଏଗୁଡ଼ିକ ନଷ୍ଟ କରାଯାଉଛି । ତଥାପି ଆମ ରାଜ୍ୟରୁ ପ୍ରତିଦିନ ଗଞ୍ଜେଇ ଚୋରା ଚୋଲାଣ ହେଉଥିବା ଘଟଣା ସାମ୍ନାକୁ ଆସୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top