ନ୍ୟୁଜ୍

ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

ganja seized

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଉମରକୋଟ ସହରର ଦଙ୍ଗରିଗୁଡାରେ ଗଞ୍ଜେଇ ବାହାରକୁ ଚାଲାଣ ପାଇଁ ପ୍ୟାକିଂ ଚାଲିଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ପୋଲିସ ଚଢ଼ାଉ କରିଥିଲା । ଘଟଣା ସ୍ଥଳରୁ ଉମରକୋଟ ବ୍ଲକ୍ ସୁନାବେଡ଼ା ଗ୍ରାମର କୁଟୁ ସାନା ଓ ରାଇପୁରର ସତ୍ୟନ୍ ଶର୍ମାକୁ ଗିରଫ କରିଛି ।

ଏଥିସହ ୧ କୁଇଣ୍ଟାଲ ୫ କେଜି ଗଞ୍ଜେଇ ଜବତ କରାଯାଇଛି  । ଯାହାର ମୂଲ୍ୟ ୫ ଲକ୍ଷ୍ୟ ଟଙ୍କା ହେବ, ଏବଂ ନଗଦ ୨ ଲକ୍ଷ ୯୫୦ ଟଙ୍କା, ୭ଟି ବାଇକ୍, ୫ ଟି ମୋବାଇଲ, ଗୋଟିଏ କାର ଏବଂ ଏକ ଓଜନ ମେସିନ୍ ଜବତ କରିଛି ପୋଲିସ । ଏହି ଗଞ୍ଜେଇ ମାଲକାନଗିରି ଅଞ୍ଚଳରୁ ଆସିଥିବା ଜଣାପଡିଛି । ଏହା ରାଇପୁର ଅଞ୍ଚଳକୁ ଚାଲାଣ ହୋଇଥାନ୍ତା । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top