ଅପରାଧ

ଅନୁଗୁଳ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ଅନୁଗୁଳ: ଜରପଡା ଥାନା କଞ୍ଜରା ଗ୍ରାମରେ ଅବକାରୀ ପୋଲିସ ଓ ବନବିଭାଗର ମିଳିତ ଚଢଉରେ ମଙ୍ଗଳବାର ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟକରାଯାଇଛି ।

ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ କ୍ରିଷ୍ଣା ନାୟକଙ୍କ ନେତୃତ୍ୱରେ ଅନୁଗୁଳ ଅବକାରୀ ବିଭାଗ, ଜରପଡା ପୋଲିସ ଓ ଜରପଡା ବନ ବିଭାଗ ପକ୍ଷରୁ କଞ୍ଜରା ବଣୁଆ ସାହିରେ ହୋଇଥିବା ଗଞ୍ଜେଇ ଚାଷ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା । ବଣୁଆ ସାହିଠାରୁ ୩୦୦ ମିଟର ଦୂର ଏକ ହରଡ ବଗିଚା ମଧ୍ୟରେ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟି ସଫା କରିବା ସହିତ ଉକ୍ତ ଗଛ ଗୁଡିକୁ ନିରାପଦ ଜାଗାରେ ପୋଡି ଦିଆଯାଇଥିଲା ।

ଗଞ୍ଜେଇ ଚାଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଚଢାଉରେ ଅବକାରୀ ବିଭାଗର ଅବକାରୀ ନିରୀକ୍ଷକ କରୁଣା ଶଙ୍କର ତିଓ୍ବାରୀ, ଦିଲୀପ କୁମାର ବେହେରା, ଉପ ନିରୀକ୍ଷକ ଅରବିନ୍ଦ ରାଉତରାୟ, ଫରେଷ୍ଟର ଗଗନ ମହାପାତ୍ର ପ୍ରମୁଖଙ୍କ ସହ ଜରପଡ଼ା ପୋଲିସ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top