ନ୍ୟୁଜ୍

ବ୍ରହ୍ମପୁର ବସ୍ ଦୁର୍ଘଟଣା, ଶୋକ ପ୍ରକାଶ କଲେ ବିଜେପି ରାଜ୍ୟ ସଭାପତି ଓ ବିରୋଧୀ ଦଳ ନେତା

Sameer-Mohanty

ଭୁବନେଶ୍ୱର: ରବିବାର ଗଞ୍ଜାମ ବ୍ରହ୍ମପୁର ଅନ୍ତର୍ଗତ ମେଣ୍ଡରାଜପୁରଠାରେ ଏକ ଯାତ୍ରୀବାହୀ ବସ୍ ୧୧ କେଭି ବିଦ୍ୟୁତ୍ ଲାଇନ ସଂସ୍ପର୍ଶ ଆସିବା ଯୋଗୁଁ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏହି ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ମୃତାହାତଙ୍କ ଉଦ୍ଦେଶ୍ୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳନେତା ପ୍ରଦୀପ୍ତ ନାଏକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନ କରିଛନ୍ତି ।

ଆହତମାନଙ୍କୁ ଯେପରି ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇପାରିବ ସେନେଇ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରର ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ଏପରି ଏକ ଦୁଃଖଦ ସମୟରେ ଭଗବାନ ମୃତାହତ ପରିବାରଙ୍କୁ ଶକ୍ତି ଏବଂ ସାହସ ପ୍ରଦାନ କରନ୍ତୁ ବୋଲି ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ନିଜ ଶୋକବାର୍ତାରେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top