ନ୍ୟୁଜ୍

ଗଞ୍ଜାମ ବସ୍‌ ଦୁର୍ଘଟଣା, ସାଉଥ୍‌କୋ ବିରୋଧରେ ଜିଲ୍ଲାପାଳ ମାମଲା ରୁଜୁ କରନ୍ତୁ: ଆଇନଜୀବୀ

Advocate Subrat nanda

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ନିକଟରେ ବସ୍‌ରେ ବିଦ୍ୟୁତ ତାର ଲାଗି 10 ଜଣଙ୍କ ଜୀବନ ଯାଇଥିବା ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଇନଜୀବୀ ସୁବ୍ରତ ନନ୍ଦ । ସେ କହିଛନ୍ତି ଏହା ବିଦ୍ୟୁତ ବିଭାଗର ସମ୍ପୂର୍ଣ୍ଣ ଭୁଲ୍‌ । ସାଉଥ୍‌କୋ ବିରୋଧରେ ସ୍ଥାନୀୟ ଜିଲ୍ଲାପାଳ ମାମଲା ରୁଜୁ କରିବା ଉଚିତ୍‌ । ଶ୍ରୀ ନନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲାପାଳ ସେକ୍ରେଟେରିଏଟ୍‌ରୁ ଅର୍ଡର ଆସିବା ଯାଏଁ ଅପେକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଜିଲ୍ଲାପାଳଙ୍କ ସମ୍ପୂର୍ଣ୍ଣ କ୍ଷମତା ରହିଛି ସେ ସାଉଥ୍‌କୋ ବିରୋଧରେ ମାମଲା ରୁଜୁ କରିପାରିବେ । ସାଉଥ୍‌କୋ ଅଧିକାରୀଙ୍କୁ ଗିରଫ କରିବା ପାଇଁ ଗିରଫ ପରଓ୍ୱାନା ମଧ୍ୟ ଜାରି କରିବେ ।

ଏଭଳି ଅଭାବନୀୟ ଘଟଣା କାହିଁକି ଘଟିଲା, କେମିତି ଘଟିଲା ସେନେଇ ସାଉଥ୍‌କୋକୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ ଜାରି କରିବା ଉଚିତ୍‌ । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଆଇନଜୀବୀ ଶ୍ରୀ ନନ୍ଦ କହିଛନ୍ତି ।

ଏଥିରେ ବିଦ୍ୟୁତ ବିଭାଗ ସାଉଥ୍‌କୋର ଯେତିକି ଭୁଲ ରହିଛି ସେତିକି ଭୁଲ୍‌ ସରକାରଙ୍କର ମଧ୍ୟ ରହିଛି । ସେପ୍ଟେମ୍ବର ମାସରେ ଭୁବନରେ ମଧ୍ୟ ଏଭଳି ଘଟଣା ଘଟିଥିଲା । ଏଥିରେ ସରକାର ଚେତିବା ଉଚିତ୍‌ ଥିଲା ବୋଲି କହିଛନ୍ତି ଶ୍ରୀ ନନ୍ଦ ।

ଏବେ ଗଞ୍ଜାମ ଜିଲ୍ଲାପାଳ ସାଉଥ୍‌କୋ ବିରୋଧରେ  ମାମଲା ରୁଜୁରି କରି ଗିରଫ ପରଓ୍ୱାନା ଜାରି କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ଉଚିତ୍‌ ବୋଲି ଆଇନଜୀବୀ ଶ୍ରୀ ନନ୍ଦ କରହିଛନ୍ତି । କାରଣ ପୋଲିସ ତାର ନିଜ  କ୍ଷମତାକୁ ବ୍ୟବହାର କରି ବସ୍‌ ଡ୍ରାଇଭର ବିରୋଧରେ ଯେଭଳି କେସ୍‌ ଫଇଲ୍‌ କରିଛି ଠିକ୍‌ ସେହିଭଳି ଜିଲ୍ଲାପାଳ ମଧ୍ୟ ସେଉଥ୍‌କୋ ବିରୋଧରେ କରିବା ଉଚିତ୍‌ । ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ ବିଭାଗର ମୁଖ୍ୟଠୁ ଆରମ୍ଭ କରି ଲାଇନ୍ ମ୍ୟାନ୍‌ ପର୍ଯ୍ୟନ୍ତ ସମସ୍ତଙ୍କୁ ଗିରଫ କରିବା ଉଚିତ୍‌ ବୋଲି ଆଇନଜୀବୀ ଶ୍ରୀ ନନ୍ଦ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top