ରାଜ୍ୟ

ପ୍ରତିଶ୍ରୁତି ଭୁଲିଗଲେ ସରକାର ! ଆତ୍ମହତ୍ୟା ଉଦ୍ୟମ କଲେ ଗାଁ ସାଥି ମଧୁ

ଭୁବନେଶ୍ୱର: 22 ଦିନ ଧରି ଆନ୍ଦୋଳନ କରୁଥିବା ଗାଁ ସାଥିଙ୍କ ଆତ୍ମହତ୍ୟା ଉଦ୍ୟମ । ସରକାରଙ୍କ  ନିକଟରେ ନିଜର ହକ ପାଇଁ ଦାବି କରିବାକୁ ଆସିଥିବା ଗାଁ ସାଥୀ ସଦସ୍ୟ ମଧୁ ଛତ୍ରିଆ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗାଁ ସାଥି ସଂଘର ଦାବିକୁ ଗ୍ରହଣ କରୁନାହାନ୍ତି କି ଆଲୋଚନା କରୁନାହାନ୍ତି ସରକାର । ଫଳରେ ମାନସିକ ବିବ୍ରତ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିଲେ ମଧୁ ।

ମଧୁ ଛତ୍ରିଆଙ୍କ ଘର ବଲାଙ୍ଗିର ଜିଲ୍ଲା ପଣ୍ଡରାପିଟା ଗାଁରେ । ଦୀର୍ଘ ଦିନରୁ 5 ଦଫା ଦାବୀ ନେଇ ଗାଁ ସାଥୀ ମାନେ ଆନ୍ଦୋଳନ କରୁଥିବା ବେଳେ ସରକାର ସେମାନଙ୍କ କଥା ଶୁଣୁ ନଥିବା ଅଭିଯୋଗ ହୋଇଆସୁଛି । ଏପରି ସ୍ଥଳେ ମାନସିକ ଭାରସାମ୍ୟ ହରାଇ ଗଛରେ ଚଢ଼ି ଫାଶି ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ମଧୁ । ହେଲେ ସୈାଭାଗ୍ୟ ବସତଃ ଘଟଣା ସ୍ଥଳରେ ମୁତୟନ ଥିବା ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ।

ସରକାର ପ୍ରତିଶ୍ରୁତି ଦେଇଥିଲେ ହେଲେ ପାଳନ କଲେ ନାହିଁ । ଏକଥା କହିଛନ୍ତି  ଗାଁ ସାଥି ସଂଘର ସଂପାଦକ । ଆଉ ଦାବି ରଖିଛନ୍ତି 6 ହଜାର ଟଙ୍କାର ପ୍ରୋତ୍ସାହନ ରାଶି ।  22 ଦିନ ହେଲା ଲୋୟର ପିଏମଜି ଭୋକ ଉପାସରେ  ପଡିରହିଛନ୍ତି ଗାଁ ସାଥୀ ସଙ୍ଗଠନ । ଦୀର୍ଘ 11 ବର୍ଷ ହେଲା ଗାଁ ସାଥୀ ମାନେ ଆନ୍ଦାଳନ କରୁଥିଲେ ମଧ୍ୟ ସରକାର ଦାବି ପୂରଣ କରୁନଥିବା ଅଭିଯୋଗ ହୋଇଛି । ଗାଁ ସାଥି ସଂଘ ସହ  ସରକାରଙ୍କ  ପ୍ରତିନିଧୀ ଦଳ ସହ ଆଲୋଚନା ପରେ ବି ସମାଧାନ ପନ୍ଥା ବାହାରିପାରୁ ନାହିଁ  । ସରକାରଙ୍କ ଏଭଳି ମନୋଭାବ ପାଇଁ ଆଗକୁ ଆନ୍ଦୋଳନ କରିବ  ଗାଁ ସାଥୀ ବୋଲି ଚେତାବନୀ ଦେଇଛନ୍ତି ସମ୍ପାଦକ ଲକ୍ଷ୍ମୀଧର ବିଶ୍ବାଳ ।

2009 ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଗଠନ କରାଯାଇଥିଲା ଗାଁ ସାଥୀ । ଉଦ୍ଦେଶ୍ୟ ଥିଲା ଗାଁ ଗୁଡିକର ବିଭିନ୍ନ ଅସୁବିଧା ସମାଧାନ କରିବେ । କିନ୍ତୁ ନା ସେମାନଙ୍କୁ ପ୍ରୋତ୍ସାହନ ରାଶି ମିଳିଲା ନା ସ୍ଥାୟୀ ନିଯୁକ୍ତ । ଏପରିସ୍ଥଳେ କେବଳ ନିର୍ବାଚନ ଉଦ୍ଦେଶ୍ୟରେ ସେମାନଙ୍କୁ ମୋହରା କରାଯାଇଥିବା ଗାଁ ସାଥୀ ମାନେ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top