ଅପରାଧ

ଜର୍ମାନୀରେ ଗୁଳିମାଡ଼ : ୮ ମୃତ, ଅନେକ ଗୁରୁତର

ଜର୍ମାନୀ : ଜର୍ମାନୀର ହନାଉ ସହରରେ ଗୁଳିମାଡ । ଏହି ଗୁଳିମାଡରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ 5 ଗୁରୁତର ହୋଇଛନ୍ତି । ଏହି ସୂଚନା ବିଲ୍ଡ ନ୍ୟୁଜ୍‌ ପେପର ଦ୍ୱାରା ପ୍ରାପ୍ତ ହୋଇଛି ।  ସୂଚନାମୁତାବକ,  ଦୁଇ ଜଣ ଅଜ୍ଞାତ ବନ୍ଧୁକଧାରୀ ହନାଉ ଓ ସ୍ପୁଟନିକ୍‌ର ଶିଶାବାରରେ ଏହି ଗୁଳିକାଣ୍ଡ ଘଟାଇଛନ୍ତି । ଦୁର୍ବୃତ୍ତଙ୍କ ପ୍ରଥମ ଗୁଳିକାଣ୍ଡରେ ତିନି ଜଣଙ୍କ ଜୀବନ ଯାଇଥିବାବେଳେ ସେହି ସମାନ ଧରଣର ଦ୍ୱିତୀୟ ଗୁଳିକାଣ୍ଡରେ 5 ଜଣଙ୍କ ମୃତ୍ୟୁ ଘଟିଛି ।

ଏହି ଘଟଣା ଘଟାଇ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଛନ୍ତି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଗୁଳିକାଣ୍ଡ ପଛର କାରଣ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top