ଅପରାଧ

ଭୁବନେଶ୍ୱରରେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ !

rape

ଭୁବନେଶ୍ୱର: ଦେଶ ସମେତ ଏବେ ସାରା ରାଜ୍ୟରେ ଦୁଷ୍କର୍ମ ଘଟଣା ଘଟୁଛି । ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ନିର୍ମମ ହତ୍ୟା ଦେଶରେ ଏକ ଭାବାତ୍ମକ ପରିବେଶ ସୃଷ୍ଟି କରିଥିବା ବେଳେ ଦୁଷ୍କର୍ମ ଥମିବାର ନାଁ ଧରୁନି । ରାଜ୍ୟରେ ସ୍ଥିତି ମଧ୍ୟ ସଙ୍ଗୀନ ।

ପୁରୀରେ ଗଣଦୁଷ୍କର୍ମକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଆସୁଛି ଦୁଷ୍କର୍ମର ଖବର । ଠିକ୍‌ ଏହାରି ଭିତରେ ଖୋଦ ରାଜଧାନୀରୁ ମଧ୍ୟ ଆସିଛି ଦୁଷ୍କର୍ମର ଅଭିଯୋଗ । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଛି ଏହି ଦୁଷ୍କର୍ମ । ଏନେଇ ଅଭିଯୋଗ ପରେ ଖଣ୍ଡଗିରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟପଟେ ପୀଡ଼ିତା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top