ନ୍ୟୁଜ୍

ଟ୍ରେନରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

daeth

ଭଦ୍ରକ: ଚାନ୍ଦବାଲି (ଏନ୍‌ଏସି) ସମପୁର ୱାର୍ଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି । ସନତ କୁୁମାର ଦାସଙ୍କ ଝିଅ ସଂଞ୍ଜୁକ୍ତାରାଣୀ ଦାସ ଗତକାଲି ରୋଳଯାତ୍ରା କରି ଭୁବେନେଶ୍ୱରରୁ ଭଦ୍ରକ ଫେରୁଥିବା ସମୟରେ ବାରଙ୍ଗ ଷ୍ଟେସନ ନିକଟରେ ଟ୍ରେନରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଛି । ଏହାପରେ ବାରଙ୍ଗ ପୋଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହା ସହ କଟକ ଏସସିବିରେ ଶବ ବ୍ୟେବଛେଦ ରିପୋର୍ଟ ପରିବାରକୁ ଶବ ହସ୍ତାନ୍ତର କରିଛି ।

daeth

ମୃତ ଛାତ୍ରୀ ଜଣକ ବିରସୁରେନ୍ଦ୍ରେ ସାଏ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଛାତ୍ରୀଙ୍କ ମୃତ୍ୟୁ ହେବାରୁ ଏହି ଘଟଣାକୁ ନେଇ ମୃତ ଛାତ୍ରୀର ପରିବାର ଲୋକେ ଛାତ୍ରୀଙ୍କୁ କେହି ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଭୁବେନେଶ୍ୱର ଓ ବାରଙ୍ଗ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ମୃତ୍ୟୁର ସଠିକ୍ କାରଣ ପାଇଁ ଦାବି କରିଛନ୍ତି । ଏପେଟ ଛତ୍ରୀଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

daeth

Click to comment

Leave a Reply

Your email address will not be published. Required fields are marked *

Most Popular

To Top