More

ଧାେକ୍କାବାଜ୍ ପ୍ରେମିକ: ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଲା ପ୍ରେମିକା

PREMA-PRATARANA-GFX_00073

ଅନୁଗୁଳ:  ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡିଆ ପ୍ରେମିକ ଘର ସାମ୍ନାରେ ଗତ ଶୁକ୍ରବାର ସଂଧ୍ୟାରେ ଧାରଣାରେ ବସିଛି ପ୍ରେମିକା । ଉଭୟଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା ପଞ୍ଜାବ ଚଣ୍ଡିଗଡଠାରେ । ପ୍ରେମିକାର ଅପା ପିଉସା ରହୁଥିବା ଚଣ୍ଡିଗଡକୁ ବୁଲିବାକୁ ଆସିଥିଲା ପ୍ରେମିକା ଆଉ ସେଠାରେ ବାଗଡିଆ ଫାଣ୍ଡି ଅଂଚଳରୁ ଆସିଥିବା ପିଉସାଙ୍କ ଭଣଜା ସହିତ ଗଢିଉଠିଥିଲା ନିବିଡ ପ୍ରେମ ସମ୍ପର୍କ ।

କିଛିଦିନ ପରେ ପ୍ରେମିକ ପ୍ରେମିକାକୁ ନିଜ ଘରକୁ ନେଇ ଆସିଥିଲା  ସେଠାରେ କିଛି ଦିନ ରହିବା ପରେ ପ୍ରେମିକା ବିବାହ ପାଇଁ ପ୍ରେମିକକୁ କହିଥିଲା । ତେବେ ଏଥରେ ପ୍ରେମିକର ପରିବାର ରାଜି ହୋଇନଥିଲେ । ଏହାସହିତ ପ୍ରେମିକାକୁ ଘରୁ ଜବରଦସ୍ତି ବାହାର କରିଦେଇଥିଲେ ।

ଶେଷରେ ହତାଶ ହୋଇ ନ୍ୟାୟ ଦାବି କରିଛି ପ୍ରେମିକା । ଏନେଇ ଯୁବତୀଜଣକ  ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ତେବେ ଛେଣ୍ଡିପଦା ପୋଲିସ ଘଟଣାର ତଦନ୍ତ କରିବା ସହିତ ଏକ ମାମଲା ରୁଜୁ କରି ବସିଯାଇଥିଲେ ।

ତେବେ ଗତକାଲି(ଶୁକ୍ରବାର) ସଂଧ୍ୟାରେ ପ୍ରେମିକା ନ୍ୟାୟ ଦାବିରେ ପ୍ରେମିକର ଘର ସାମ୍ନାରେ ବସିରହିଛି । ପ୍ରେମିକା ଜଣକ ପ୍ରେମିକ ଘରକୁ ଆସୁଥିବା ଖବର ପାଇ ପ୍ରେମିକର ବାପା ମା ଘର ତାଲା ପକାଇ କେଉଁ ଆଡେ ପଳାଇ ଯାଇଛନ୍ତି । ସେପଟେ ପ୍ରେମିକା ଜଣକ ବେଳେ ରାତି ସାରା ପ୍ରେମିକର ଘର ସମୁଖରେ ବସିରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top