ଜୀବନ ମନ୍ତ୍ର

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଲା କ୍ୟାନସର ! ହସ୍ପିଟାଲ ବେଡ୍‌ରୁ ଦେଲେ SSC ପରୀକ୍ଷା

ମୁମ୍ବାଇ: ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଲା କ୍ୟାନସର ! ମୃତ୍ୟୁ ସହ ସଂଗ୍ରାମ କରି ମଧ୍ୟ ଥକି ପଡ଼ିନାହାନ୍ତି ମୁମ୍ବାଇର ଝିଅ । କ୍ୟାନସର ପୀଡ଼ିତ ଛାତ୍ରୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସତ୍ତ୍ୱେ ବି ଏସଏସସି ପରୀକ୍ଷା ଦେବାକୁ ଭୁଲିନାହାନ୍ତି । ଚିକିତ୍ସିତ ହେଉଥିବା ସତ୍ତ୍ୱେ ସେ ସେଣ୍ଟରକୁ ଯାଇ 4ଟି ପରୀକ୍ଷା ଦେଇଥିବା ବେଳେ ସେଣ୍ଟର କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ମୁମ୍ବାଇ ବୋର୍ଡ ହସ୍ପିଟାଲରେ ପରୀକ୍ଷା ଦେବା ପାଇଁ ଛାତ୍ରୀଙ୍କୁ ଅନୁମତି ଦେଇଛି ।

ଛାତ୍ରୀ ଜଣଙ୍କ ପରୀକ୍ଷା ଦେବାକୁ ଚାହୁଁଛନ୍ତି । ସେ ଜଣେ ଦୃଢ଼ମନା ଛାତ୍ରୀ ବୋଲି ସେଣ୍ଟରର ଜଣେ ଅଧିକାରୀ କହିଛନ୍ତି । ସେପଟେ ଏଭଳି ଏକ ଖବର ପାଇବା ପରେ ବୋର୍ଡ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ଦିନ 11ରେ ପରୀକ୍ଷା ଥିବା ବେଳେ ବୋର୍ଡ ନିକଟରେ ଛାତ୍ରୀଙ୍କ ଦମ୍ପର୍କରେ ଖବର ଦିନ 10ରେ ପହଞ୍ଚିଥିଲା । ଖବର ମିଳିବା ପରେ ବୋର୍ଡ ପକ୍ଷରୁ ସଂଗେସଂଗେ ତତ୍ପରତା ପ୍ରକାଶ କରାଯାଇ କୌଣସି ପରିସ୍ଥିତିରେ ବି ଛାତ୍ରୀଙ୍କୁ ଅନୁରୋଧକୁ ରକ୍ଷା କରାଯାଇଛି ବୋଲି କହିଛନ୍ତି ବୋର୍ଡର ଜଣେ ଅଧିକାରୀ ।

ପରେପରେ ବୋର୍ଡ ପକ୍ଷରୁ ଜଣେ ମହିଳା ଇନଭିଜିଲେଟର, ଲେଖିକା, ଜଣେ ପୋଲିସ କର୍ମଚାରୀଙ୍କ ସମେତ ପ୍ରଶ୍ନପତ୍ର ମେଡିକାଲକୁ ପଠାଯାଇଥିଲା । ବୋର୍ଡ ସହୟତାରେ ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇପାରିଥିବା ବେଳେ ଆଗାମୀ ପରୀକ୍ଷା ପାଇଁ ମଧ୍ୟ ତାଙ୍କୁ ବୋର୍ଡ ପକ୍ଷରୁ ସୁବିଧା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । କେବେଳ ବୋର୍ଡ ନୁହେଁ ହସ୍ପିଟାଲ ପକ୍ଷରୁ ପରୀକ୍ଷା ପାଇଁ ଛାତ୍ରୀଙ୍କୁ ସ୍ୱତନ୍ତ୍ର କୋଠରୀ ମଧ୍ୟ ଯୋଗାଇଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top