ନ୍ୟୁଜ୍

ବୃଦ୍ଧି ପାଉଛି ସୁନା ଓ ରୂପ ଦର, ଜାଣନ୍ତୁ କେତେ..

gold

ଅର୍ଗସ ବ୍ୟୁରୋ:  ବୃଦ୍ଧି ପାଉଛି ସୁନା ଓ ରୂପ ଦର । ପ୍ରଥମ ଥର ପାଇଁ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୦ ହଜାର ଟଙ୍କାରୁ ଅଧିକ ହୋଇଛି । ସେହିପରି ରୂପାର କିଲୋ ପ୍ରତି ଦର ୬୦ ହଜାର ଟଙ୍କାରୁ ଅଧିକ ହୋଇଯାଇଛି । ଏକ କିଲୋ ରୂପା କିଣିବା ଲାଗି ୬୧ ହଜାର ୧୩୦ ଟଙ୍କା ଗଣିବାକୁ ପଡ଼ିଛି ।

ହୁ ହୁ ହୋଇ ବଢୁଛି ସୁନା ଓ ରୂପା ଦାମ୍ । ରେକର୍ଡ ସ୍ତରରେ ପହଞ୍ଚିଛି ଦର । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ପ୍ରଥମ ଥର ପାଇଁ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୦ ହଜାର ଟଙ୍କାରୁ ଅଧିକ ହୋଇଛି । ଅଗଷ୍ଟ ମାସ ଲାଗି ବିକ୍ରି କରାଯାଉଥିବା ସୁନାର ଦାମ୍ ୫୦ ହଜାର ୧୦ ଟଙ୍କା ହୋଇଥିଲା । କେବଳ ସୁନା ନୁହେଁ, ରୂପା ଦାମ୍ ମଧ୍ୟ ହୁ ହୁ ହୋଇ ବଢ଼ିଚାଲିଛି । ରୂପାର କିଲୋ ପ୍ରତି ଦର ୬୦ ହଜାର ଟଙ୍କାରୁ ଅଧିକ ହୋଇଯାଇଛି । ଏକ କିଲୋ ରୂପା କିଣିବା ଲାଗି ୬୧ ହଜାର ୧୩୦ ଟଙ୍କା ଗଣିବାକୁ ପଡ଼ିଛି । ଆମେରିକା ଓ ଚୀନ୍ ମଧ୍ୟରେ ପୁଣି ବିବାଦ ଆରମ୍ଭ ହେବା ଓ କୋରୋନା ଟୀକାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ସୁନା ଓ ରୂପା ଦାମ୍ ବଢ଼ୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଅନ୍ୟ କିଛି ବିଶେ‌ଷଜ୍ଞଙ୍କ ମତ ହେଉଛି, କୋରୋନା ଟୀକା ଖୁବ ଶୀଘ୍ର ଆସିବାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ବିଭିନ୍ନ ସ୍ଥାନରେ ଶିଳ୍ପ କାର୍ଯ୍ୟକଳାପ ବଢ଼ିଛି । ସେଥିପାଇଁ ରୂପାର ଚାହିଦା ବୃଦ୍ଧି ପାଇଛି । ଅନେକ ପ୍ରକାର ଶିଳ୍ପ ସଂସ୍ଥାରେ ରୂପାକୁ ବ୍ୟବହାର କରାଯାଇଥାଏ । ଗହଣା ବଜାରକୁ ବାଦ ଦେଲେ ଅଧିକାଂଶ ରୂପାକୁ ଶିଳ୍ପ ସଂସ୍ଥା ଗୁଡ଼ିକ ହିଁ କିଣିଥାନ୍ତି । ଗତ ତିନି ଦିନରେ ରୂପାର କିଲୋ ପ୍ରତି ଦାମ୍‌ରେ ୮୫, ୦୦ ଟଙ୍କାର ବୃଦ୍ଧି ହୋଇଛି । ଆନ୍ତର୍ଜାତିକ ବଜାରରେ ରୂପାର ଆଉନ୍ସ ପିଛା ଦର ୨୨.୮୩ ଡଲାର ହୋଇଛି । ଶେଷ ଥର ପାଇଁ ୨୦୧୩ରେ ରୂପାକୁ ଏହି ସ୍ତରରେ ଦେଖିବାକୁ ମିଳିଥିଲା । ସୁନାର ଆଉନ୍ସ ପିଛା ଦର ୧୯୧୧ ଡଲାରରେ ପହଞ୍ଚିଛି । ୨୦୧୧ ପରେ ସୁନା ଦାମ୍‌କୁ ଏଭଳି ଉଚ୍ଚ ସ୍ତରରେ କେବେବି ଦେଖିବାକୁ ମିଳିନଥିଲା । ସୁନା ଦାମ୍ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଥାଏ । ମଲ୍‌ଟି କମୋଡିଟି ଏକ୍ସଚେଞ୍ଜର ଦାମ୍ ଓ ଖୁଚୁରା ଦର ଭିତରେ ବହୁତ ଅନ୍ତର ରହୁଛି । କମୋଡିଟି ଏକ୍ସଚେଞ୍ଜର ସୁନା ଦାମ୍ ୫୦ ହଜାର ଟଙ୍କାରୁ ଅଧିକ ହୋଇଥିଲେ ମଧ୍ୟ ଦିଲ୍ଲୀର ଖୁଚୁରା ବଜାରରେ ୨୨ କ୍ୟାରେଟ୍ ସୁନାର ଦାମ୍ ୪୭ ହଜାର ୯୧୦ ଟଙ୍କା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top