ଜୀବନ ମନ୍ତ୍ର

ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ମୂଲ୍ୟ

Gold

ନୂଆଦିଲ୍ଲୀ: ଦେଶରେ ଅନଲକ୍‌-୧ ଲାଗୁ ହେବା ପରଠୁ ସୁନା ଦାମ ଲଗାତାର କମିବାରେ ଲାଗିଛି । କେବଳ ସୁନା ନୁହେଁ ରୂପା ଦର ମଧ୍ୟ କମୁଥିବା ଦେଖିବାକୁ ମିଳୁଛି । ଏବେ ବିବାହ ସିଜନ ଚାଲିଥିବା ବେଳେ ସୁନା ରେଟ୍‌ କମିବାକୁ ନେଇ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି ।  ଆଜି ୨୨ କ୍ୟାରେଟରୁ ନେଇ ୨୪ କ୍ୟାରେଟ୍  ସୁନା ଶସ୍ତା ହୋଇଛି ।

। ସୋମବାର ସକାଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨୯୬ ଟଙ୍କା କମିଛି । ଏହି କ୍ରମରେ ୧୦ ଗ୍ରାମ ସୁନା ଏବେ ୪୬,୪୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ରୂପା ୨୩୦ ଟଙ୍କା ହ୍ରାସ ପାଇ ୪୭,୫୭୦ ଟଙ୍କାରେ ପହଞ୍ଚିଛି । ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଆସୋସିଏନର ୱେବସାଇଟରେ ସୁନା-ରୂପାର ନୂଆ ମୂଲ୍ୟ ଅପଡେଟ୍ କରାଯାଇଛି ।

ତେବେ ୨୩ କ୍ୟାରେଟ୍ ସୁନାରେ ୨୯୫ ଟଙ୍କା ହ୍ରାସ ପାଇଛି, ଯାହାର ମୂଲ୍ୟ ୪୬,୨୧୪ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ୨୭୨ ଟଙ୍କା ହ୍ରାସ ପାଇ ୧- ଗ୍ରାମ ପ୍ରତି ୪୨,୫୦୨ ଟଙ୍କାରେ ପହଞ୍ଚିଛି । ଏଥିରେ ଜିଏସଟି ମଧ୍ୟ ଲାଗୁ ହୋଇନାହିଁ । ଏହା ସହ ୧୮ କ୍ୟାରେଟ୍ ସୁନା ଏବେ ୩୪,୮୦୦ ଟଙ୍କାରେ ବିକ୍ରି ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top